ପ୍ରଦୀପ ପାଣିଗ୍ରାହୀଙ୍କୁ ନେଇ ଗର୍ଜିଲା ବିଜେଡି

ପ୍ରଦୀପ ପାଣିଗ୍ରାହୀଙ୍କୁ ନେଇ ଗର୍ଜିଲା ବିଜେଡି

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେପିରେ ମିଶିବା ପରେ ସରଗରମ ହୋଇଛି ରାଜ୍ୟ ରାଜନୀତି । ନିଜ ନିବାଚନ ମଣ୍ଡଳୀରେ ସାଧାରଣ ଜନତାଙ୍କୁ ଠକିଥିବା ବ୍ୟକ୍ତି ଏବେ ବିଜେପିର ଗେହ୍ଲାପୁଅ ସାଜିଛି କହି କଟାକ୍ଷ କରିଛନ୍ତି ବିଜେଡି ନେତା । ଏଭଳି ଜଣେ ନେତାଙ୍କୁ କୋଳେଇ ନେଇ ବିଜେପି ତାର ଅସଲ ଚେହେରା ଦେଖାଇଛି ବୋଲି କହିଛି ବିଜେଡି । ତେବେ ଚର୍ଚ୍ଚା ହେଉଛି କି, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଙ୍କ ଉପସ୍ଥିତିରେ ପ୍ରଦୀପ ବିଜେପିରେ ସାମିଲ ହେବାର କାଯ୍ୟକ୍ରମ ରହିଥିଲା । ହେଲେ ଶ୍ରୀପାଣିଗ୍ରାହୀଙ୍କ କଳା କାରନାମା ଜାଣିବା ପରେ ରାଜନାଥ ସିଂହ ସଫା ସଫା ମନା କରିଦେଇଥିଲେ । ତେଣୁ ତରବରିଆ ଭାବରେ ଓଡିଶା ବିଜେପି ପକ୍ଷରୁ ଏହି ମିଶ୍ରଣ ପବର ଆୟୋଜନ କରାଯାଇଥିଲା । ଏପରିକି କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ମଧ୍ୟ ଏହି ମିଶ୍ରଣ ପବରୁ ଦୂରେଇ ରହିଥଲେ । ଯାହା ଓଡିଶା ବିଜେପିର ସାଙ୍ଗଠନିକ କ୍ଷେତ୍ରରେ ଦୟନୀୟ ଚିତ୍ର ଧୀରେ ଧୀରେ ଜଣାପଡୁଛି ବୋଲି ବିଜେଡି ପ୍ରବକ୍ତା ଇପସିତା ସାହୁ କହିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *