ପ୍ରଦୂଷଣର ଶୀର୍ଷରେ ଦିଲ୍ଲୀ ସହର

ପ୍ରଦୂଷଣର ଶୀର୍ଷରେ ଦିଲ୍ଲୀ ସହର

ଅସମ୍ଭାଳ ହେଲାଣି ଦିଲ୍ଲୀର ବାୟୁ ପ୍ରଦୂଷଣ । ବିଷ ବଳୟ ଭିତରେ ରାଜଧାନୀ ଦିଲ୍ଲୀ । ଗତ ଚାରି ଦିନ ହୋଇଯିବ ରାଜଧାନୀକୁ ଅସ୍ତବ୍ୟସ୍ତ କରି ଦେଇଛି ବାୟୁ ପ୍ରଦୂଷଣ । ତଥ୍ୟ ଅନୁସାରେ ରବିବାର ରାଜଧାନୀରେ ଏକ୍ୟୁଆଇ ୭୦୦ ଟପିଛି । ପ୍ରଦୂଷଣକୁ ଦେଖି ୧୦ ତାରିଖ ଯାଏଁ ସ୍କୁଲ ବନ୍ଦ ଘୋଷଣା ହୋଇଛି । ରବିବାର ପୂର୍ବାହ୍ନ ୧୧ଟା ୪୫ ମିନିଟରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୭୦୧ରେ ପହଞ୍ଚିଥିବା ରେକର୍ଡ ହୋଇଥିଲା । ସକାଳ ୭ଟା ୩୦ରେ ଏକ୍ୟୁଆଇ ୪୮୩ ରହିଥିଲା । ବିଶ୍ୱ ଏକ୍ୟୁଆଇ ତଥ୍ୟ ଅନୁସାରେ ଦୁନିଆର ସବୁଠୁ ପ୍ରଦୂଷିତ ସହର ମଧ୍ୟରେ ଭାରତର ୩ଟି ସହର ରହିଛି । ଏକ୍ୟୁଆଇ ୪୮୩ ସହ ଦିଲ୍ଲୀ ଶୀର୍ଷ ସ୍ଥାନରେ ରହିଛି । କୋଲକାତାରେ ୨୦୬, ମୁମ୍ବାଇରେ ୧୬୨ ରହିଛି ।

author

Related Articles

Leave a Reply

Your email address will not be published. Required fields are marked *