ପ୍ରଦୂଷିତ କେଦାରଗୌରୀ ଐତ୍ୟହକୁଣ୍ଡ

ପ୍ରଦୂଷିତ କେଦାରଗୌରୀ ଐତ୍ୟହକୁଣ୍ଡ

ଭୁବନେଶ୍ୱର:

ବାରମ୍ବାର ଅଭିଯୋଗ ଓ ଖବରପ୍ରକାଶ ପରେ ବି ସୁଧୁରୁନି କେଦାରଗୌରୀ ଐତ୍ୟହକୁଣ୍ଡ ଅବସ୍ଥା | ରକ୍ଷଣାବେକ୍ଷଣ ଅଭାବରୁ ଏହି କୁଣ୍ଡ ଏବେ ପ୍ରଦୂଷିତ ହୋଇପଡିଛି | ଏହାର ପାଣି ଅତ୍ୟନ୍ତ ଅପରିଷ୍କାର ହୋଇ ବ୍ୟବହାର ଅନୁପେଯୋଗୀ ହୋଇପଡିଛି | ଅଳିଆ ଆବର୍ଜନାରେ କୁଣ୍ଡଟି ପୂରିଗଲାଣି | ନିୟମିତ ରକ୍ଷଣାବେକ୍ଷଣ କରାଯାଉନାହିଁ | ରାଜଧାନୀରେ ଏବେ ଅନେକ ପ୍ରାକୃତିକ ତଥା ଐତିହ୍ୟ କୁଣ୍ଡ ବିଲୁପ୍ତ ହୋଇଯାଇଥିବା ବେଳେ ଏହି କୁଣ୍ଡର ଅବସ୍ଥା ସେହି ଦିଗରେ ଗତି କରୁଛି | କେଦାରଗୌରୀ ମନ୍ଦିର ପରିସରରେ ରହିଛି ଚାରୋଟି ଐତିହାସିକ କୁଣ୍ଡ ରକ୍ଷଣାବେକ୍ଷଣ ଅଭାବରୁ ଏହି ସବୁ କୁଣ୍ଡ ଏବେ ଅପରିଷ୍କାର ହୋଇ ଏହାର ପାଣି ପ୍ରଦୂଷିତ ହେଉଛି | ଦୀର୍ଘବର୍ଷ ହେଲା କୁଣ୍ଡ ଗୁଡିକର ମରାମତି ଓ ଏଗୁଡ଼ିକୁ ପରିସ୍କାର ପରିଚ୍ଛନ୍ନ କରାଯାଉ ନ ଥିବା ସେବାୟତମାନେ କହିଛନ୍ତି | କେଦାରଗୌରୀ ମନ୍ଦିର ପରିସରରେ ଦୁଗ୍ଧ କୁଣ୍ଡ, କେଦାର କୁଣ୍ଡ, ଗୌରୀ କୁଣ୍ଡ ଓ ସ୍ନାନ କୁଣ୍ଡ ରହିଛି | ଏସବୁ ପ୍ରାକୃତିକ ଝରଣାରୁ ସୃଷ୍ଟି | ଏହି କୁଣ୍ଡର ଅନେକ ପୁରୁଣା କିମ୍ବଦନ୍ତୀ ବି ରହିଛି | ରାଜଧାନୀରେ ଅନେକ ପୁରାତନ ଓ ଐତିହାସିକ ପୁଷ୍କରଣୀ ରହିଛି | ସେଥିମଧ୍ୟରୁ ଅନ୍ୟତମ ଏହି ପୁଷ୍କରଣୀ | ଏହି କୁଣ୍ଡର ଜଳକୁ ବ୍ୟବହାର କରାଯାଇ ଠାକୁରଙ୍କ ରୀତିନୀତି ସମ୍ପନ୍ନ ହୋଇଥାଏ | ଏହି ପାଣିକୁ ନିୟମିତ ବ୍ୟବହାର କଲେ ବିଭିନ୍ନ ରୋଗରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି | ଏଥିପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକମାନେ ଆସି ଏହି କୁଣ୍ଡରୁ ପାଣି ନେଇଥାନ୍ତି | ସେହିପରି କେଦାର କୁଣ୍ଡରୁ ପାଣି ଠାକୁରଙ୍କ ରୀତିନୀତି ଓ ପ୍ରସାଦ ପ୍ରସ୍ତୁତି ପାଇଁ ବ୍ୟବହାର କରାଯାଇଥାଏ | ମା ଗୌରୀଙ୍କ ସମ୍ମୁଖରେ ଥିବା ଗୌରୀ କୁଣ୍ଡରେ ସେବାୟତ ଓ ଶ୍ରଦ୍ଧାଳୁମାନେ ସ୍ନାନ କରି ପୂଜାର୍ଚ୍ଚନା କରିଥାନ୍ତି | ଏମିତିକି ବିଭିନ୍ନ ଚର୍ମ ରୋଗ ବି ଭଲ ହୋଇଯାଇଥିବା ବିଶ୍ୱାସ ରହିଛି | ଦୁଗ୍ଧ କୁଣ୍ଡର ପାଣି ପିଇଲେ ପେଟ ରୋଗ ବି ଭଲ ହୋଇଯାଏ | ଏହି ଦୁଗ୍ଧ କୁଣ୍ଡର ବଳକା ପାଣି ଗୌରୀ କୁଣ୍ଡକୁ ଯାଇଥାଏ | ପୂର୍ବରୁ ଏଥିରେ ରଙ୍ଗବେରଙ୍ଗର ମାଛ ଓ କଇଁଛ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଥିଲା | ମାତ୍ର ସେସବୁ ଆଉ ଦେଖିବାକୁ ମିଳୁନି | ଏବେ ଏହି ଐତିହ୍ୟ କୁଣ୍ଡରେ ବିଭିନ୍ନ ଅଳିଆ ଆବର୍ଜନା ପଡିରହିଥିଲେ ବି ସେସବୁକୁ ନିୟମିତ ସଫାସୁତୁରା କରାଯାଉନାହିଁ | କିଛିଦିନ ପୂର୍ବରୁ ଏହାକୁ ସଫା କରାଯାଉଥିଲେ ବି ଏବେ ଯଥା ପୂର୍ବ ତଥା ପରିସ୍ଥିତି ଦେଖିବାକୁ ମିଳିଛି | ପାଣିରୁ ଦୁର୍ଗନ୍ଧ ବାହାରୁଛି | କୁଣ୍ଡ ଚର୍ତୁପାର୍ଶ୍ଵକୁ ସୌନ୍ଦର୍ଯ୍ୟକିରଣ ମଧ୍ୟ କରାଯାଉ ନଥିବା ଅଭିଯୋଗ ରହିଛି |

author

Related Articles

Leave a Reply

Your email address will not be published. Required fields are marked *