ପ୍ରଦ୍ୟୁମ୍ନଙ୍କ ରାଲି ଦେଖି ଛାନିଆ ଆରୁଖ !

ପ୍ରଦ୍ୟୁମ୍ନଙ୍କ ରାଲି ଦେଖି ଛାନିଆ ଆରୁଖ !

ହଁ ଦର୍ଶକବନ୍ଧୁ ବଦଳିବ ଭଞ୍ଜନଗରର ରାଜନୈତିକ ଗଣିତ ।  କମ୍ପୁଛି ବିଜେପି ନେତା ପ୍ରଦ୍ୟୁମ୍ନ ନାୟକଙ୍କ ପ୍ରଚାର ମଇଦାନ । ବିଜେଡି ଗଡକୁ ଭାଙ୍ଗିବା ପାଇଁ ପ୍ରଦ୍ୟୁମ୍ନ ନାୟକ ନିଜର ସମର୍ଥକଙ୍କ ସହିତ ବିଶାଳ ରୋଡ ସୋ ରେ ବହାରିଛନ୍ତି  । ଏବଂ ଟାର୍ଗେଟ କରିଛନ୍ତି 1995 ମସିହାରୁ ଭଞ୍ଜନଗରରେ ହ୍ୟାଟ୍ରିକ କରିଆସୁଥିବା ବିଜେଡିର ଭେଟେରାନ ନେତା ବିକ୍ରମ କେଶରୀ ଆରୁଖଙ୍କୁ । 2019 ମସିହାରେ ପ୍ରଦ୍ୟୁମ୍ନ ନାୟକ ବିଜେପି ଟିକେଟରେ ଆରୁଖଙ୍କ ସାମ୍ନା କରି ପରାଜୟ ହୋଇଥିଲେ । କିନ୍ତୁ ଆଗାମୀ ସାଧାରଣ ନିର୍ବାଚନରେ କିଛି ଭିନ୍ନ ଦେଖିବେ ଭଞ୍ଜନଗରବାସୀ । ନିର୍ବାଚନ ମଣ୍ଡଳୀରେ ଜୋର ଜମୁଛି ପ୍ରଦ୍ୟୁମ୍ନଙ୍କ ପ୍ରଚାର । ଯାହାକୁ ଦେଖି ଥରହର ବିଜେଡି । ପୂର୍ବଥର ପରାଜୟ ହୋଇଥିବା ପ୍ରଦ୍ୟୁମ୍ନ ଆଗାମୀ ସାଧାରଣ ନିର୍ବାଚନରେ ବିଜୟର ଲକ୍ଷ୍ୟ ନେଇ ବିଶାଳ ରାଲି ଆରମ୍ଭ କରିଦେଲେଣି । ଅନ୍ୟପଟେ ଛଅ ଥରର ବିଧାୟକ ବିକ୍ରମ କେଶରୀ ଆରୁଖ ମୁଖ୍ୟମନ୍ତ୍ରୀଙ୍କ ବିକାଶ ବାର୍ତ୍ତାକୁ ଲୋକମାନଙ୍କ ପାଖରେ ପହଞ୍ଚାଇ ଭୋଟ ଭିକ୍ଷା କରୁଛନ୍ତି ।ସେପଟେ ବିଜେଡିକୁ ଟାର୍ଗେଟ କରିଛନ୍ତି ବିଜେପି ପ୍ରାର୍ଥୀ ପ୍ରଦ୍ୟୁମ୍ନ ନାୟକ । ବିଶାଳ ଜନସମାବେଶ ସହିତ ସେ ନିଜର ରାଲି ଆରମ୍ଭ କରିଦେଇଛନ୍ତି ଏବଂ ବିକ୍ରମଙ୍କଠାରୁ ଅଧିକା ସମର୍ଥନ ତାଙ୍କୁ ମିଳୁଛି ବୋଲି କହିଛନ୍ତି । ସିଧାସଳଖ ଗଣମାଧ୍ମକୁ ପ୍ରତିକ୍ରିୟା ମାଧ୍ୟମରେ ଆରୁଖଙ୍କୁ କରିଛନ୍ତି ସମାଲୋଚନା । ଅନ୍ୟପଟେ ଭଞ୍ଜନଗର ଗଡ ଜିତିବା ପାଇଁ କଂଗ୍ରେସ ଓ ଅନ୍ୟ ରାଜନୈତିକ ଦଳ ମାନେ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ତେବେ ଆଗାମୀ ନିର୍ବାଚନରେ ଆରୁଖଙ୍କୁ ଧୂଳି ଚଟାଇବେ କି ପ୍ରଦ୍ୟୁମ୍ନ ତାହା ଦେକିବାକୁ ବାକି ରହିଲା ।

author

Related Articles

Leave a Reply

Your email address will not be published. Required fields are marked *