ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଘରକୁ ବୋମା ମାଡ ଘଟଣା । ତାଙ୍କ ବାସଭବନର ବଗିଚାରୁ ବୋମା ଜବତ କରାଯାଇଛି । ଉତ୍ତର ଇସ୍ରାଏଲର କେସରିୟାରେ ଥିବା ପ୍ରଧାନମନ୍ତ୍ରୀଙ୍କ ଘର ଉପରେ ଫ୍ଲାଶ ବୋମାର ଆକ୍ରମଣ କରାଯାଇଛି । କିନ୍ତୁ ସେହି ସମୟରେ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ପରିବାର ଲୋକ ଘରେ ଉପସ୍ଥିତ ନଥିଲେ । ତେଣୁ କୌଣସି ପ୍ରକାର କ୍ଷୟକ୍ଷତି ହୋଇନଥିବା ଜଣାପଡିଛି । ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ଓ ରାଷ୍ଟ୍ରପତି ଏହାକୁ କଡା ନିନ୍ଦା କରିଛନ୍ତି । ଖାଲି ସେତିକି ନୁହେଁ ବରଂ ଏହା ପୂର୍ବରୁ ଗତମାସରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନଙ୍କ ଘରେ ଡ୍ରୋନରେ ମଧ୍ୟ ଆକ୍ରମଣ କରାଯାଇଥିଲା । ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିଲା ।
You can share this post!
author