ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପ ପତ୍ର ଇସ୍ତାହାରରେ ନୂଆ ଘୋଷଣା

ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପ ପତ୍ର ଇସ୍ତାହାରରେ ନୂଆ ଘୋଷଣା

ନିର୍ବାଚନ ପୂର୍ବରୁ ଚାଲିଛି ନେତା ମନ୍ତ୍ରୀ ମାନଙ୍କ ଭୋଟ ହାତେଇବାର ପ୍ରକ୍ରିୟା । ବିଜେପିର ମୁଖ୍ୟ କାର୍ଯ୍ୟାଳୟରେ ସଙ୍କଳ୍ପ ପତ୍ର ନାଁରେ ଏକ ଇସ୍ତାହାର ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଥିରେ ଦେଶର ସମସ୍ତ ବର୍ଗଙ୍କ ପାଇଁ ଖାସ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଗରୀବଙ୍କୁ ଆୟୁଷ୍ମାନ ଯୋଜନା ଅଧିନରେ ଶସ୍ତାରେ ଔଷଧ ମିଳିବ । ମାଗଣାରେ ବିଜୁଳି ମିଳିବ ।
ସଙ୍କଳ୍ପ ପତ୍ରରେ ମୋଦୀ ଗରିବ, ମହିଳା ଓ କୃଷକଙ୍କ ବିକାଶକୁ ଗୁରୁତ୍ୱ ଦେଇଛନ୍ତି । ଇସ୍ତାହାର ମୁତାବକ, ଗରିବଙ୍କ ପାଇଁ ଅଧିକ ୩ କୋଟି ଘର ନିର୍ମାଣ ହେବ । ସେମାନଙ୍କ ସହ ଯୁବ ଗୋଷ୍ଠୀଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ । ଏହାସହ ବିଜୁଳି ଦ୍ୱାରା କର୍ମ ମଧ୍ୟ ଯୋଗାଇ ଦିଆଯିବ ।
ମୋଦୀ ଆହୁରୀ ମଧ୍ୟ ଘୋଷଣା କରିଛନ୍ତି ଯେ, ପ୍ରତି ଘରକୁ ଶସ୍ତା ପାଇପ ଲାଇନ୍ ରନ୍ଧନ ଗ୍ୟାସ ଯୋଗାଇଦିଆଯିବ । ଜିରୋ ବିଲ୍ ବିଜୁଳି ଯୋଗାଣ ବ୍ୟବସ୍ଥା କରାଯିବ । ବଳକା ବିଜୁଳିର ପଇସା ମଧ୍ୟ ମିଳିବ । ଏହିଭଳି ଅନେକ କିଛି ସ୍ୱତନ୍ତ୍ର ଘୋଷଣା କରିଛି ମୋଦି ସରକାର ।

author

Related Articles

Leave a Reply

Your email address will not be published. Required fields are marked *