ପ୍ରଧାନମନ୍ତ୍ରୀ ଙ୍କୁ ଚିଠି ଲେଖିଲେ ସୋନିଆ ଗାନ୍ଧୀ

ପ୍ରଧାନମନ୍ତ୍ରୀ ଙ୍କୁ ଚିଠି ଲେଖିଲେ ସୋନିଆ ଗାନ୍ଧୀ

ସଂସଦରେ ହେବାକୁଥିବା ବିଶେଷ ଅଧିବେସନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କୁ ଚିଠି ଲେଖିଛନ୍ତି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ I ଏହି ଚିଠି ମାଧ୍ୟମରେ ସେ ସ୍ୱତନ୍ତ୍ର ଅଧିବେଶନ ରେ ୯ଟି ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଦାବି କରିଛନ୍ତି I ସୋନିଆ ଗାନ୍ଧୀ ଏହି ଚଠି ଲେଖିବା ଆଗରୁ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ମଙ୍ଗଳବାର ଦିନ କେନ୍ଦ୍ର ସରକାର ବିଶେଷ ଅଧିବେଶନର ଏଜେଣ୍ଡା କଣ ବୋଲି ତାହା ସାର୍ବଜନୀନ କରିବାକୁ ଦାବି କରିଥିଲେ । ଆହୁରି ମଧ୍ୟ ବିରୋଧୀ ମେଣ୍ଟ କହିଛି କି ଯଦି ଏକ ଶୃଙ୍ଖଳିତ ଅଧିବେଶନ ସରକାର ଚାହୁଁଛନ୍ତି ତେବେ ବେରୋଜଗାରୀ ଓ ଦରବୃଦ୍ଧି ଉପରେ ସରକାର ସଂସଦରେ ଆଲୋଚନା କରନ୍ତୁ । ଏବଂ ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ ସଂସଦର ସ୍ୱତନ୍ତ୍ର ଅଧିବେଶନରେ କଣ ପ୍ରସଙ୍ଗ ରହିବ ତାହାକୁ ସାର୍ବଜନୀନ କରନ୍ତୁ I ପୁଣି କଂଗ୍ରେସ ନେତା ଜୟରାମ ରମେଶ ଏହି ଚିଠି ବାବଦରେ ସୂଚନା ଦେଇ କହିଛନ୍ତି ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ ଯେଉଁ ଚିଠି ଲେଖିଛନ୍ତି ସେଥିରେ ସେ କହିଛନ୍ତି କି ସରକାର ନିଜ ମନଇଚ୍ଛାରେ ଏହି ବୈଠକ ଡାକିଛନ୍ତି ଏବଂ ବିଶେଷ ଅଧିବେଶନ ପୂର୍ବରୁ ସରକାର ବିରୋଧୀଦଳମାନଙ୍କ ସହ ଆଲୋଚନା ମଧ୍ୟ କରିନାହାଁନ୍ତି । ତେଣୁ ଗତ ମୌସୁମୀ ଅଧିବେଶନରେ ବିରୋଧୀଦଳ ଯେଉଁ ପ୍ରସଙ୍ଗ ଉଠାଇଥିଲେ ସ୍ୱତନ୍ତ୍ର ଅଧିବେଶନରେ ମଧ୍ୟ ସମାନ ପ୍ରସଙ୍ଗ ଉଠାଇବେ ବୋଲି ସୋନିଆ ଗାନ୍ଧୀ ସ୍ପଷ୍ଟ କରିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *