
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା ଧମକ ମିଳିଛି । ମୋଦୀଙ୍କୁ ହତ୍ୟା କରିବା ସହ ଅହମଦାବାଦରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ ଉଡାଇ ଦେବା ପାଈ ଏନ୍ଆଇଏ ଏକ ଧମକପୂର୍ଣ୍ଣ ମେଲ୍ ପାଇଛି । ମେଲ ପାଇବା ପରେ ଏନ୍ଆଇଏ ପକ୍ଷରୁ ମୁମ୍ଭାଇ ପୋଲିସକୁ ସର୍ତକ କରାଯାଇଛି । ମେଲରେ ୫୦୦ କୋଟି ଦାବି ସହ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇକୁ ଛାଡିବା ପାଈ ଦାବି କରାଯାଇଛି । ଇମେଲରେ ଲେଖାଯାଇଛି ସରକାରଙ୍କଃାରୁ ୫୦୦ କୋଟିଦାବି ପୂରଣ ନହେଲେ ଅହମଦାବାଦ ଷ୍ଟାଡିୟମ ଉପରେ ଆକ୍ରମଣ କରିବୁ ।
