ପ୍ରମିଳା ମଲ୍ଲିକଙ୍କୁ ଡାଲି ମାଡ, ସସପେଣ୍ଡ ହେଲେ ବିଜେପି ବିଧାୟକ

ପ୍ରମିଳା ମଲ୍ଲିକଙ୍କୁ ଡାଲି ମାଡ, ସସପେଣ୍ଡ ହେଲେ ବିଜେପି ବିଧାୟକ

ହଁ ଦର୍ଶକବନ୍ଧୂ ବାରମ୍ବାର ବିଧାନସଭାରେ ବିଭିନ୍ନ ପ୍ରସଙ୍ଗରେ ହୋ-ହଲ୍ଲା କରି ବିଧାନସଭାକୁ ବିଜେପି ବିଧାୟକମାନେ ଅଚଳ କରୁଥିବା ବେଳେ ଏବେ କିନ୍ତୁ ପଦ ମର୍ଯ୍ୟାଦାର ସବୁ ସୀମା ଟପି ଅମାନୁଷିକ କାଣ୍ଡ କରିଛନ୍ତି ବିରୋଧୀ ବିଜେପି ଦଳର ବିଧାୟକ ମାନେ। ଅତୀତରେ ଅନେକ ଅସଭ୍ୟ ଘଟଣା ଘଟିଥିବା ବେଳେ ଗୁରୁବାର ଅପରାହ୍ନରେ ମଧ୍ୟ ବିଧାନସଭାରେ ଦେଖିବାକୁ ମିଳିଥିଲା ଅଜବ ଘଟଣା । ଗୃହ ଏବଂ ସାଧାରଣ ପ୍ରଶାସନ ବିଭାଗର ଆଲୋଚନା ଚାଲିଥିବା ବେଳେ ବିଜେପି ବିଧାୟକମାନେ ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଡାଲି ପୁଡିଆ ଫିଙ୍ଗିଥିଲେ । ବିଜେପି ସଦସ୍ୟ ମାନେ ଗୃହର ମଧ୍ୟ ବାଗକୁ ଆସି ହୋ ହାଲ୍ଲା କରିବା ସହ ୨ଜଣ ବିଜେପି ବିଧାୟକଙ୍କ ଏଭଳି ଲଜ୍ଜାଜନକ ଆଚରଣ କରିଛନ୍ତି । ପୋଡିୟମ ନିକଟରେ ବାଚସ୍ଫତିଙ୍କ ଉପରକୁ ଡାଲି ମାଡ କରିଥିଲେ । ବିରୋଧି ଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝି ଏବଂ ବିଧାୟକ ମୁକେଶ ମହାଲିଙ୍ଗ ବାଚସ୍ପତିଙ୍କୁ ଡାଲି ମାଡ କରିଥିଲେ । ମହିଳା ବାଚସ୍ପତିଙ୍କ ପ୍ରତି ବିଜେପି ବିଧାୟକଙ୍କ ଏଭଳି ଆଚରଣକୁ ବିଭିନ୍ନ ମହଲରେ ଦୃଢ ନିନ୍ଦା କରିବା ସହ ସେମାନଙ୍କୁ ନିଲମ୍ବନ କରଯ୍‌ାଇଛି ।

ଏହାକୁ ନେଇ ବରିଷ୍ଠ ବିଜେଡି ବିଧାୟକ ଦେବୀପ୍ରସାଦ ମିଶ୍ର ସମାଲୋଚନା କରି କହିଛନ୍ତି ଜଣେ ମହିଳା ଏବଂ ଗୃହର ସର୍ବୋଚ୍ଚ ଆସନକୁ ପ୍ରଥମେ ସମ୍ମାନ ଦେଇ ଶିଖନ୍ତୁ ବିଜେପି ବିଧାୟକ ତାପରେ ବିଧାନସଭାରେ ପ୍ରତିବାଦ କରିବେ । ୨୦୨୧ ମସିହା ବଜେଟ ଅଧିବେଶନ ବେଳେ ତତକାଳୀନ ବାଚସ୍ପତି ସୂର‌୍ୟ୍ୟନାରାୟଣ ପାତ୍ରଙ୍କ ପୋଡିୟମ୍ ଉପରକୁ ଚପଲ, ଇୟରଫୋନ୍ ଓ କଲମ ଫିଙ୍ଗି ଓଡିଶା ବିଧାନସଭାରେ କଳା ଇତିହାସ ସୃଷ୍ଟି କରିସାରିଛନ୍ତି ବିଜେପି ବିଧାୟକ । ଏହି ପ୍ରସଙ୍ଗରେ ବିରୋଧି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି ବାଚସ୍ପତି ପକ୍ଷପାତିତା କରୁଛନ୍ତି । ବିଧାନସଭାରେ ନିରପେକ୍ଷ ନହୋଇ ଦଳୀୟ ଭିତିରେ କାମ କରୁଛନ୍ତି । ନେତାଙ୍କୁ ମେଣ୍ଟାଲି ଡିଜଅର୍ଡର କଥାକୁ ବିବରଣୀକୁ ବାଦ ଦେବାରୁ କହିବାରୁ ବାଚସ୍ପତି ଆମ କଥାକୁ ଶୁଣିଲେ ନାହିଁ । ତାଙ୍କ ନିରପେକ୍ଷତା ଆମେ ଦେଖିପାରୁନୁ । ବାଚସ୍ପତି ନିଜେ ସସପେଣ୍ଡ ହେବା କଥା । ଆମ ପ୍ରତିବାଦ ଜାରି ରହିବ । ତେବେ ଦେଖିବାକୁ ବାକି ରହିଲା ବିଧାୟକଙ୍କୁ ସସପେଣ୍ଡ ପରେ ବିରୋଧି ବିଜେପି କି ପଦକ୍ଷେପ ନେବ ।
ରିର୍ପୋଟ- ଡିମ୍ପଲ ସ୍ୱାଇଁ

author

Related Articles

Leave a Reply

Your email address will not be published. Required fields are marked *