ପ୍ରଶାନ୍ତଙ୍କ ଆକ୍ସନ ମୋଡରେ ବିରୋଧି ଛାତିରେ ଛନକା

ପ୍ରଶାନ୍ତଙ୍କ ଆକ୍ସନ ମୋଡରେ ବିରୋଧି ଛାତିରେ ଛନକା

ବିଜେଡିରେ ଥିଲେ ଏବେ ବିଜେପିକୁ ଆସିଲେ । ପଦ୍ମ ଟିକେଟରେ ନିର୍ବାଚନ ଲଢିଲେ ଏବଂ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରୁ ବିଧାୟକ ହେଲେ । ହଁ ଦର୍ଶକବନ୍ଧୁ ଆମେ କାହା କଥା କହୁଛୁ ଆପଣମାନେ ତ ଠିକ ବୁଝି ପାରୁଥିବେ । ଚର୍ଚ୍ଚା ହେଉଥିଲା ବିଧାୟକ ହେବା ପରେ କେବେ ନିଜ ନିର୍ବାଚନ ମଣ୍ଡଳୀ ପାଇଁ କାମ କରିବେ ପ୍ରଶାନ୍ତ ଜଗଦ୍ଦେବ । ସେହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇ ଆକ୍ଟିଭ ହେଲେ ପ୍ରଶାନ୍ତ ବାବୁ । ସର୍ବଦା ନିଜର ବାହୁବଳୀ ଅନ୍ଦାଜ ପାଇଁ ହଟହଟା ହେଉଥିବା ପ୍ରଶାନ୍ତ ଜଗଦ୍ଦେବ ଏବେ ଜନତାଙ୍କ ପ୍ରିୟ ନେତା ସାଜିଛନ୍ତି । ମଇଦାନକୁ ଓହ୍ଲାଇଛନ୍ତି ସମସ୍ୟାର ସମାଧାନ କରୁଛନ୍ତି । ସାତଦିନ ମଧ୍ୟରେ ସମସ୍ୟାର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଶଙ୍ଖ ଟିକେଟରେ ଲଗାତାର ଭାବେ ନିର୍ବାଚନ ଲଢୁଥିଲେ କିନ୍ତୁ ନିଜର ଗୁଣ୍ଡାଗର୍ଦ୍ଧି ଅନ୍ଦାଜ ପାଇଁ ବିଜେଡିରୁ ବହିଷ୍କୃତ ହେବା ପରେ ଭାରତୀୟ ଜନତା ପାର୍ଟି ତାଙ୍କୁ କୋଳେଇ ନେଇଥିଲା । ନିର୍ବାଚନ ଲଢିବା ପାଇଁ ଟିକେଟ ଦେଇଥିଲା । ଆଉ ଶେଷରେ ବିପୁଳ ପରିମାଣରେ ଭୋଟ ପାଇ ବିଜେଡିର ରାଜା ସାହୁଙ୍କୁ ପରାସ୍ତ କରି ବିଜୟ ମୁକୁଟ ପିନ୍ଧିଲେ ବାହୁବଳୀ ନେତା ପ୍ରଶାନ୍ତ ଜଗଦ୍ଦେବ । ତେବେ ବର୍ତ୍ତମାନ ଖୋର୍ଦ୍ଦା ବିଧାୟକଙ୍କ ଏପରି ପଦକ୍ଷେପ ପରେ ବିରୋଧି ଶିବିରରେ ଛାନିଆ ପଶିଲାନି । ଶୋଚନୀୟ ପରାଜୟ ପରେ ବିଜେଡିର ନିଦ ହଜେଇବାକୁ ତେୟାର ହେଉଛନ୍ତି ବାହୁବଳୀ ନେତା ପ୍ରଶାନ୍ତ ଜଗଦ୍ଦେବ । ବିଜେଡି ନେତାଙ୍କ ଦୁର୍ନୀତିର ପେଡି ଖୋଲିବେ ତା ସାଙ୍ଗକୁ ଗୋଟି ଗୋଟିର ହିସାବ ନେବେ । ତେବେ ଯଦି ଆମେ ପ୍ରଶାନ୍ତଙ୍କ ପୂର୍ବ ଗତି ଉପରେ ନଜର ପକାଇବା ସେ ପୂର୍ବରୁ ବେଗୁନିଆ ଓ ଚିଲିକା ବିଧାନସଭାରୁ ବିଧାୟକ ହୋଇ ଆସୁଥିଲେ । ପ୍ରତିଥର ନିର୍ବାଚନରେ ସେ ଭିନ୍ନ ଭିନ୍ନ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢୁଛନ୍ତି ଏବଂ ବିଧାୟକ ହେଉଛନ୍ତି କିନ୍ତୁ ଚଳିତ ଥର ଫରକ ଏତିକି ପଦ୍ମ ଟିକେଟରେ ପ୍ରଥମ ଥର ପାଇଁ ବିଧାୟକ ହୋଇଛନ୍ତି । ତେବେ ଦେଖିବାକୁ ବାକି ରହିଲା ଏବେ ଯେଉଁ ଆକ୍ଟିଭ ମୋଡରେ ରହିଛନ୍ତି ପ୍ରଶାନ୍ତ ବାବୁ ତାହା ଆଗକୁ ଏପରି ଜାରି ରହିବ ନା ପୁଣି ଚାଲିବ ପ୍ରଶାନ୍ତ ଗୁଣ୍ଡା ରାଜ ।

author

Related Articles

Leave a Reply

Your email address will not be published. Required fields are marked *