ପ୍ରଶାନ୍ତଙ୍କ ଭୟରେ ଥରିଲାଣି ବିଜେଡି !

ପ୍ରଶାନ୍ତଙ୍କ ଭୟରେ ଥରିଲାଣି ବିଜେଡି !

ବଦଳିଯାଇଛି ଓଡିଶାର ପାଣିପାଗ । ଓଡିଶାରେ ଉଦୟ ହୋଇଛି ଏକ ନୂଆ ସୂର୍ଯ୍ୟ । କିଛି ନୂଆ ଦେଖିବେ ଓଡିଶାବାସୀ । ଭାରତୀୟ ଜନତା ପାର୍ଟି କ୍ଷମତାକୁ ଆସିଲା ଏବଂ ସରକାର ଗଢିବ ଯାହା ଓଡିଶାରେ କିଭଳି ପରିବର୍ତ୍ତନ ଆଣିବ ତାହାର ଅପେକ୍ଷା ରହିଛି । ଏହାରି ଭିତରେ ପ୍ରାୟ ଅଧିକାଂଶ ବିଧାନସଭା ଆସନରେ ବାଜିମାତ କରିଛି ଭାରତୀୟ ଜନତା ପାର୍ଟି । ଯଦି ଆମେ ଖୋର୍ଦ୍ଦା ନିର୍ବାଚନ ମଣ୍ଡଳୀ ଉପରେ ନଜର ପକାଇବା ଏହା ବିଜେଡିର ଗଡ ହୋଇ ରହିଥିଲା କିନ୍ତୁ ଚଳିତଥର ଭାଙ୍ଗିଯାଇଛି ଏହି ଗଡ । ଶଙ୍ଖ ଗଡରେ ପଦ୍ମ ଫୁଟାଇଛନ୍ତି ବାହୁହଳୀ ନେତା ପ୍ରଶାନ୍ତ ଜଗଦ୍ଦେବ । ବିଜେଡିରୁ ବହିଷ୍କୃତ ହେବା ପରେ ଏବେ ବିଜେପିରେ ଯୋଗ ଦେଇଥିଲେ ଏବଂ ଭାରତୀୟ ଜନତା ପାର୍ଟି ଟିକେଟରେ ଖୋର୍ଦ୍ଦାରୁ ପ୍ରାର୍ଥୀ ହୋଇଥିଲେ । ବିଜେପିରୁ ପ୍ରାର୍ଥୀ ହେବା ପରେ ପ୍ରଶାନ୍ତଙ୍କ ରାସ୍ତାରେ ବହୁ ବାଧା ବିଘ୍ନ ଆସିଥିଲା । ହେଲେ ଶେଷରେ କାଳୁ ଖଣ୍ଡାୟତରାୟ ଓ ରାଜା ସାହୁଙ୍କୁ ପଛରେ ପକାଇଛନ୍ତି ପ୍ରଶାନ୍ତ । ଜେଲରେ ଥାଇ ମଧ୍ୟ ବାହୁବଳୀ ନେତା ପ୍ରଶାନ୍ତ ଜଗଦ୍ଦେବ ନିଜର କମାଲ ଦେଖାଇଛନ୍ତି ଏବଂ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ବିଜେଡିର ଜଣେ ପାୱାରଫୁଲ ତଥା ଖୋର୍ଦ୍ଦା ଗଡର ରାଜା ରାଜା ସାହୁଙ୍କୁ ମଧ୍ୟ ପଛରେ ପକାଇ ନିର୍ବାଚନରେ ବିଜୟ ହୋଇଛନ୍ତି । ବିଜେଡିରୁ ତଡା ଖାଇବା ପରେ କିପରି ବିଜେଡିଠାରୁ ପ୍ରତିଶୋଧ ନେବେ ସ ନେଇ ଅଙ୍କକଶୁଥିଲେ ପ୍ରଶାନ୍ତ ଜଗଦ୍ଦେବ । ଇଭିଏମ ଭଙ୍ଗାରୁଜା ଘଟଣାରେ ବିଜେଡି ତାଙ୍କୁ ଫସେଇ ଜେଲ ପଠାଇଛି ବୋଲି କୁହାଯାଉଛି । ଏବଂ ଘଟଣାର ପ୍ରକୃତ ସତ କଣ  ଯାହାର ପ୍ରମାଣ ଏବେ ଯାଏଁ ବି ମିଳିପାରିନାହିଁ  । ତେବେ ଏବେ କେବଳ ଦେଖିବାକୁ ବାକି ରହିଲା କେବେ ପ୍ରଶାନ୍ତ ଜେଲରୁ ହାରିବେ ଏବଂ ବିଜୁ ଜନତା ଦଳ ଓ କାଳୁ ଖଣ୍ଡାୟତରାୟଙ୍କ ଠାରୁ ଗୋଟି ଗୋଟି କରି ହିସାବ ନେବେ ।

author

Related Articles

Leave a Reply

Your email address will not be published. Required fields are marked *