ପ୍ରଶାନ୍ତଙ୍କ ରାସ୍ତାରେ କାଳୁ କଣ୍ଟା !

ପ୍ରଶାନ୍ତଙ୍କ ରାସ୍ତାରେ କାଳୁ କଣ୍ଟା !

ଓଡିଶା ରାଜନୀତିରେ ବାହୁବଳୀ ନେତା କହିଲେ କେବଳ ଜଣଙ୍କ ନାମ ସାମ୍ନାକୁ ଆସେ । ସେ ହେଉଛନ୍ତି ବିଜେପି ନେତା ତଥା ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ । ଆସନ୍ତା 25 ତାରିଖରେ ଖୋର୍ଦ୍ଧା ଜିଲ୍ଲାରେ ଭୋଟ ପଡିବାକୁ ଯାଉଛି । ଯେଉଁଥିପାଇଁ ନେତାଙ୍କଠାରୁ ଜନତା ସମସ୍ତଙ୍କ ମଧ୍ୟରେ ଉତ୍ସାହ ଦେଖାଗଲାଣି । ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ବିଜେଡି ନେତାଙ୍କ ସମୀକରଣ ବିଗାଡିବା ପାଇଁ ବିଜେପି ଏଠାରୁ ବାହୁବଳୀ ନେତା ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରାଇଛି । ନିଜର ଗୁଣ୍ଡାଗର୍ଦ୍ଦି ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଆସୁଥିବା ପ୍ରଶାନ୍ତ ପ୍ରଥମ ଥର ପାଇଁ ବିଜେପି ଟିକେଟରେ ମଇଦାନକୁ ଓହ୍ଲାଇଛନ୍ତି । ନବୀନ ବାବୁଙ୍କ ନାଁ ନୁହେଁ ବରଂ ମୋଦିଙ୍କ ନାଁ ନେଇ ପ୍ରଥମ ଥର ପାଇଁ ପ୍ରଚାର କରୁଛନ୍ତି । କିନ୍ତୁ ଖୋର୍ଦ୍ଦା ଗଡରେ ପ୍ରଶାନ୍ତଙ୍କ ରାସ୍ତାରେ କଣ୍ଟା ସାଜିବେ ଦୁଇ ଦୁଇ ଜଣ ନେତା । ଜଣେ ବିଜେପିର ଅସନ୍ତୁଷ୍ଟ ନେତା କାଳୁ ଖଣ୍ଡାୟତରାୟ ହୋଇଥିବାବେଳେ ଅନ୍ୟଜଣେ ବିଜେଡିର ଭୋଟରାନ ନେତା ରାଜେନ୍ଦ୍ର ସାହୁ । ଖୋର୍ଦ୍ଦାରୁ ନିର୍ବାଚନ ଲଢିବା ପାଇଁ କାଳୁ ଅନାଇ ବସିଥିଲେ ଏବଂ ନିଜର ସଙ୍ଗଠନକୁ ସୃଦୁଢ କରିବାରେ ଲାଗିଥିଲେ । କିନ୍ତୁ ଭାରତୀୟ ଜନତା ପାର୍ଟି କାଳୁଙ୍କୁ ଧୋକା ଦେଇ ପ୍ରଶାନ୍ତଙ୍କୁ ଖୋର୍ଦ୍ଦା ଗଡର ଭାର ଦେଇଦେଲେ । ତେଣୁ ଭିତରେ ଭିତରେ ଖଣ୍ଡାୟତ ବାବୁ ବିଜେପିକୁ ହରାଇବା ପାଇଁ ଶପଥ ନେଇଛନ୍ତି ବୋଲି ଚର୍ଚ୍ଚା ହେଉଛି । ଅନ୍ୟପଟେ କାଳୁଙ୍କୁ ସାଥ ଦେଇପାରନ୍ତି ବିଜେଡି ନେତା ରାଜେନ୍ଦ୍ର ସାହୁ । ଉପରେ ନ ହେଲେ ବି ଭିତରେ ସେ ପ୍ରଶାନ୍ତଙ୍କୁ ହରାଇବା ପାଇଁ କାଳୁଙ୍କ ସାଥ ଦେଇପାରନ୍ତି । ତେବେ ଆସନ୍ତା 25ରେ ନିର୍ବାଚନ ହେବାକୁ ଥିବାବେଳେ ଖୋର୍ଦ୍ଦାବାସୀ କାହା ହାତକୁ ନିଜ ଅଞ୍ଚଳର ଶାସନ ଭାର ଦେବେ ତାହା ଦେଖିବାକୁ ବାକି ରହିଲା ।

author

Related Articles

Leave a Reply

Your email address will not be published. Required fields are marked *