ପ୍ରସନ୍ନଙ୍କ କାନରେ କହିଲେ ଏମିତି !

ପ୍ରସନ୍ନଙ୍କ କାନରେ କହିଲେ ଏମିତି !

ନବୀନ ଛାଡିଲେ ନବୀନ ନିବାସ . ସ୍ୱଗର୍ତ ପିତା ତଥା ବିଜୁବାବୁଙ୍କୁ କଲେ ପ୍ରଣାମ . ଯିବା ବେଳେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ କାନରେ କହିଲେ ଏହି କଥା .ସବୁ ନେତା କର୍ମୀ ଏହି ଦୃଶ୍ୟ ଦେଖି ତାଜୁବ ହୋଇଯାଇଥିଲେ .ଏଠି କଣ ଚାଲିଛି ବୋଲି କେହି ଜାଣିପାରିନଥିଲେ .ସମସ୍ତ ନେତା ମାନେ କେବଳ ନବୀନଙ୍କୁ ଚାହିଁ ରହିଥିଲେ .ଆଉ ନବୀନ ପ୍ରସନ୍ନଙ୍କ କାନ୍ଧରେ ହାତ ରହିଥିଲେ .

ତେବେ ଶଙ୍ଖ ଭବନ ଛାଡିବା ପୂର୍ବରୁ ବିଜେଡି ସୁପ୍ରିମୋ କହିଥିଲେ .ଏକାତା ହିଁ ବଳ .ଏକ ଜୁଟ ହୋଇ ଲୋକଙ୍କ ଅଧିକାର ପାଇଁ ଲଢ଼େଇ ଜୋରଦାର କରହିବା ଊଚିତ .ଶଙ୍ଖ ଭବନରେ ସଭାପତି ନବୀନ ପଟନାୟକ ବରଗଡ଼ ଓ ବୈାଦ୍ଧର ନେତାମାନଙ୍କୁ ଭେଟିବା ବେଳେ ଏମିତି କହିଥିଲେ .ଯିବା ପୂର୍ବରୁ ଜିଲ୍ଲାରେ ଦଳକୁ ତୃଣମୂଳସ୍ତରରେ ସୁଦୃଢ଼ କରିବା ସହ ସଙ୍ଗଠିତ ହୋଇ ବିଜେପିର ମିଥ୍ୟା ପ୍ରତିଶ୍ରୁ୍‌ତି ବିରୋଧରେ ଲଢ଼େଇ କରିବାକୁ ସଭାପତି ସମସ୍ତଙ୍କୁ ପରାମର୍ଶ ଦେଇଥିଲେ .

ତେବେ ଏଥର ସାଧାରଣ ନର୍ବିାଚନରେ ବିଜେଡିର ମହାବିପର୍ଯ୍ୟୟ ପରେ .ଦଳକୁ ତୃଣ ମୂଳ ସ୍ତରରୁ ସୁଦୃଢ଼କରିବାରେ ଲାଗିପଡିଛନ୍ତି ଶଙ୍ଖପତି .ବିଭିନ୍ନ ସମୟ ରେ ଶଙ୍ଖ ଭବନ ହେଉକି ନବୀନ ନିବାସ ଚାଲିଛି ଘନ ଘନ ବୈଠକ . ତେଣୁ ନବୀନ ନିବସରେ ଆଉ ରହୁନାହାଁନ୍ତି ବିଜେଡି ସୁପ୍ରିମୋ .ତାଙ୍କୁ ଏବେ ବିଭିନ୍ନ ସମୟରେ ଲୋକଙ୍କ ପାଖରେ ଦେଖିବାକୁ ମିଳୁଛି. ଶଙ୍ଖ ଭବନରେ କର୍ମୀ ମାନଙ୍କୁ ନେଇ ବିଭିନ୍ନ ସଭୟରେ ବୈଠକ ହେଉଛି .ଏମିତି ଲାଗୁଛି ନବୀନ ଯେମିତି ନବୀନ ନିବାସ ଛାଡି ଶଙ୍ଖ ଭବନରେ ହିଁ ରହୁଛନ୍ତି .

ଅପରପକ୍ଷେ ଏଥର ନିର୍ବାଚନ ସମୟରେ ବିଜେପି ଲୋକଙ୍କୁ ବହୁ ପ୍ରତିଶ୍ରୁତି ଦେଇ ଶାସନକୁ ଆସିଛି .ସେଥିମଧରୁ ୩୦୦ ୟୁନିଟି ମାଗଣା ବିଜୁଳି ଆଉ ସୁଭଦ୍ରା ଯୋଜନାକୁ ନେଇ ଚର୍ଚ୍ଚା ଥମିବାରେ ନାଁ ଧରୁନି .ଲୋକେ ନେଇ ନବୀନଙ୍କ ପାଖରେ ବାରମ୍ବାର ଅଭିଯୋଗ କରୁଛନ୍ତିି .ନବୀନ ମଧ୍ୟ କର୍ମୀ ମାନଙ୍କୁ ଲୋକଙ୍କୁ ସଚେତନ କରାଇବାକ ପରାମର୍ଶ ଦେଇଛନ୍ତି .

author

Related Articles

Leave a Reply

Your email address will not be published. Required fields are marked *