ପ୍ରସାଦରେ ମିଳୁଛି ମଟନ୍ ବିରିୟାନୀ

ପ୍ରସାଦରେ ମିଳୁଛି ମଟନ୍ ବିରିୟାନୀ

ସାଧାରଣତଃ ମନ୍ଦିରର ପ୍ରସାଦ ସମସ୍ତେ ଖାଇବାକୁ ପସନ୍ଦ କରନ୍ତି । ଓଷା ବ୍ରତ ହେଲେ ନିରାମିଷ ଖାଦ୍ୟ ପାଇଁ ଆମେ ମନ୍ଦିର ଚାଲିଯାଉ । ହେଲେ ଏମିତି ଅନେକ ମନ୍ଦିର ଅଛି ଯେଉଁଠି ଆମିଷ ଭୋଗ କରାଯାଏ । ତେବେ ଆମିଷରେ ମାଛ ଭୋଗ କଥା ତ ଆମେ ଶୁଣିଛେ । ମାତ୍ର ଏପରି ଏକ ମନ୍ଦିର ଅଛି ଯେଉଁଠି ପ୍ରସାଦରେ ମଟନ୍ ବିରିୟାନୀ ମିଳୁଛି । ତାମିଲନାଡୁର ମଦୁରାଇ ଜିଲ୍ଲାରେ ଥିବା ମୁନିୟାନନ୍ଦୀ ମନ୍ଦିରରେ ଏକ ସ୍ୱତନ୍ତ୍ର ଉତ୍ସବ ପାଳନ ହୁଏ । ଯାହାପରେ ସେଠାରେ ବିରିୟାନୀ ପ୍ରସାଦ ଲାଗି କରାଯାଏ । ଏହି ଉତ୍ସବ ଦକ୍ଷିଣ ତାମିଲନାଡୁରେ ପାଳନ କରାଯାଏ । ଏଠାରେ ଲୋକମାନେ କ୍ଷତ୍ରିୟ ଦେବତା, ଭଗବାନ ଶିବ ଓ ଶକ୍ତିଙ୍କୁ ଉପାସନା କରନ୍ତି । ଏହି ମନ୍ଦିରରେ ବର୍ଷକୁ ୩ ଦିନ ପାଇଁ ବାର୍ଷିକ ଉତ୍ସବ ପାଳନ କରାଯାଏ । ଏହି ଉତ୍ସବରେ ଭକ୍ତମାନଙ୍କୁ ଗରମ ବିରିୟାନୀ ପ୍ରସାଦ ଭାବରେ ଦିଆଯାଏ ।

author

Related Articles

Leave a Reply

Your email address will not be published. Required fields are marked *