ପ୍ରାଣୀ ଚିକିତ୍ସାଳୟରେ ବାହାରେ ତାଲା, ଭିତରେ ଡାକ୍ତର

ପ୍ରାଣୀ ଚିକିତ୍ସାଳୟରେ ବାହାରେ ତାଲା, ଭିତରେ ଡାକ୍ତର

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଠରବାଟିଆ ପ୍ରାଣୀଚିକିତ୍ସାଳୟର ପ୍ରଣୀ ଧନ ନୀରିକ୍ଷକଙ୍କ ମନମାନିର ଶିକାର ହୋଇଛନ୍ତି ସାଧାରଣ ଚାଷୀ । ବାରମ୍ବାର ଅଭିଯୋଗ ସତେ ସାରଙ୍କ ମନମାନି କହିଲେ ନ ସରେ । ସରକାରଙ୍କଠୁ ଦରମା ନିଅନ୍ତି, କିନ୍ତୁ ପ୍ରାଣୀଚିକିତ୍ସାଳୟ କେନ୍ଦ୍ର ଆସନ୍ତି ନାହିଁ । ଆଉ ଯେବେ ଆସନ୍ତି ଭିତରୁ ତାଲା ଦେଇ ବେଶ ଆରାମ ରେ ଶୋଇଯାନ୍ତି, ଯଦି କେହି ସାଧାରଣ ଲୋକେ ପ୍ରାଣୀଚିକିତ୍ସାଳୟ ଛେଳି ମେଣ୍ଢା ନେଇ ଆସନ୍ତି, ସେମାଙ୍କୁ ବିଦା କରିଦିଅନ୍ତି। ମୁ ଘରକୁ ଯାଇ ଦେଖିବି ବୋଲି କହିଦିଅନ୍ତି । କାରଣ ଏଠାରେ ମାଗଣା ସେବା ଦେବାକୁ ପଡିଥାଏ, ସେ କିନ୍ତୁ ସାଧାରଣ ଗରିବଙ୍କୁ ଲୁଟିବାରେ ବେଶ ମାହିର । ଜଣେ ସାଧାରଣ ଲୋକେ ଗାଈ ଗୋରୁ ଛେଳି ମେଣ୍ଢା ଯଦି ତାଙ୍କ କେନ୍ଦ୍ରକୁ ଆଣି ଚିକିତ୍ସା କରନ୍ତି ତେବେ ଦେୟ ମାତ୍ର ୨ ଟଙ୍କା ରୁ ୫ ଟଙ୍କା ଦେବାକୁ ପଡିଥାଏ । କିନ୍ତୁ ସାର ଘରକୁ ଯାଇ ଦେୟ ୫୦ ଟଙ୍କା ନିଅନ୍ତି । ଔଷଧ ବାବଦରେ ଅଲଗା ନିଅନ୍ତି, ଯାହାକୁ ନେଇ ଜନ ଅସନ୍ତୋଷ ଧୀରେ ଧୀରେ ବଢିବାରେ ଲାଗିଛି । ତେବେ ଦେଖାଯାଉ ସରକାରଙ୍କ ଦୃଷ୍ଟି ଏହା ଉପରେ କେବେ ପଡୁଛି ତାହା ଦେଖିବାର କଥା ।

author

Related Articles

Leave a Reply

Your email address will not be published. Required fields are marked *