ପ୍ରାର୍ଥୀଙ୍କୁ ନେଇ ଏବେ ବି ଟେନସନରେ ବିଜେଡି

ପ୍ରାର୍ଥୀଙ୍କୁ ନେଇ ଏବେ ବି ଟେନସନରେ ବିଜେଡି

ପାଖେଇ ଆସିଲାଣି ନିର୍ବାଚନର ଦିନ । କିନ୍ତୁ ଏବେ ବି ଟିକେଟକୁ ନେଇ ଛିଡୁନି ଅଙ୍କ । ବିଜେଡରି ବାକି ଥିବା ୧୨ଟି ଆସନକୁ ନେଇ ଏବେ ବି ଦଳ ଭିତରେ ଚାଲିଛି ମାନସମନ୍ଥନ । ଟିକେଟ୍ ଲବିରେ ଅଛନ୍ତି ବହୁ ହେଭିୱେଟ ନେତା । ତେଣୁ କାହାକୁ ଟିକେଟ ଦେବେ କାହାକୁ ମ୍ୟାନେଜ କରିବେ ତାକୁ ନେଇ ଟେନସନରେ ପଡିଛି ଦଳ । ଯେଉଁଠି ଟିକେଟ୍ ଦେଇଛି ସେହି ବିଦ୍ରୋହ ଆରମ୍ଭ ହୋଇଥିବାରୁ ଏମିତି ସ୍ଥିତିରେ ଏବେ ବାକି ଥିବା ଆସନ ପାଇଁ ଦଳ କେଉଁ ଷ୍ଟ୍ରାଟେଜୀ ଆପଣେଇବ ତାକୁ ନେଇ ଆଲୋଚନା ଜୋର । ତେବେ ଏହି ଆସନ ମଧ୍ୟରେ ଯାଜପୁର ଜିଲ୍ଲାର ଦୁଇଟି ସିଟ୍ କୋରେଇ ଓ ବରୀରେ ପ୍ରାର୍ଥୀ ଘୋଷଣା ହୋଇନି । ସାଙ୍ଗଠନିକ ସମ୍ପାଦକ ପ୍ରବଣ ପ୍ରକାଶ ଦାସ ଓ ପ୍ରୀତି ରଞ୍ଜନ ଘଡେଇ ପରିବାର ଭିତରେ ଚାଲିଛି ଲଢେଇ । ଗୋଟିଏ ପଟେ ପ୍ରବଣଙ୍କ ନିଜ ଭାଇ ଭବପ୍ରକାଶ ଦାସ ଅନ୍ୟପଟେ ନିଜ ପତ୍ନୀ ଝିଲିକଙ୍କ ପାଇଁ ଟିକେଟ ଲବିରେ ଅଛନ୍ତି ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘଡେଇ । ତେଣୁ ଏଠାରେ ଦଳ କାହାକୁ ପ୍ରାର୍ଥୀ କରାଇବ ତାକୁ ନେଇ ଦ୍ୱନ୍ଦ୍ୱରେ ଦଳ । ଏପଟେ ବରୀରେ ମଧ୍ୟ ଦୁଇ ଜଣ ଟାଣୁଆ ନେତା ସୁନନ୍ଦା ଦାସ ଏବଂ ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ନେଇ ଟେନସନ ବଢିଛି । ଉଭୟ ବରୀରେ ଜଣାଶୁଣା ଚେହେରା ହୋଇଥିବା ବେଳେ ଉଭୟଙ୍କର ଅଞ୍ଚଳରେ ବେଶ ଦବଦବା ରହିଛି । ତେଣୁ କାହାକୁ ଟିକେଟ ଦେବ ଏବଂ କାହାର ଟିକେଟ କାଟିବ ସେନେଇ କିଛି ବି ନିଷ୍ପତ୍ତି ନେଇପାରୁନି ଦଳ । ତେବେ ଦେଖାଯାଉ କେବେ ଏ ଆସନରେ ଦଳ ପ୍ରାର୍ଥୀ ଘୋଷଣା କରୁଛି ଏବଂ କିଏ ପ୍ରାର୍ଥୀ ହେଉଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *