ପ୍ରେମିକାକୁ ଜେଲରୁ ଚିଠି ଲେଖିଲେ ସୁକେଶ

ପ୍ରେମିକାକୁ ଜେଲରୁ ଚିଠି ଲେଖିଲେ ସୁକେଶ

ଜେଲରେ ଜୀବନ କାଟୁଛନ୍ତି ମହାଠକ ସୁକେଶ ଚନ୍ଦ୍ରଶେଖର । ପ୍ରେମିକା ଜ୍ୟାକଲିନଙ୍କ ପାଇଁ ଜେଲରେ ନବରାତ୍ରି ପାଳନ କରିବେ ସୁକେଶ । ସେଥିପାଇଁ ଜେଲରୁ ଜ୍ୟାକିଲିନଙ୍କ ପାଇଁ ଚିଠି ଲେଖିଛନ୍ତି । ବଲିଉଡ୍ ଅଭିନେତ୍ରୀ ଜାକଲିନ୍ ଫର୍ଣ୍ଣାଣ୍ଡିଜଙ୍କୁ ନବରାତ୍ରିର ଶୁଭେଚ୍ଛା ଜଣାଇବା ସହ ତାଙ୍କ ପାଇଁ ୯ ଦିନ ଉପବାସ ବ୍ରତ କରିବ ବୋଲି ଏକ ସ୍ୱତନ୍ତ୍ର ଚିଠି ଲେଖି ପଠାଇଛି ସୁକେଶ । ଏହି ଚିଠିରେ ଲେଖାଅଛି କାଲିଠାରୁ ନବରାତ୍ରି ଆରମ୍ଭ ହେଉଛି, ଜ୍ୟାକଲିନଙ୍କ ମଙ୍ଗଳ ପାଇଁ ଏବଂ ତାଙ୍କ ଉପରୁ ସବୁ ବାଧାବିଘ୍ନ ଦୂର କରିବା ପାଇଁ ସେ ନବରାତ୍ରିର ୯ ଦିନ ଯାକ ଉପବାସ କରିବେ । ମା’ ଶକ୍ତିଙ୍କ କୃପାରୁ ସବୁକିଛି ତାଙ୍କ ସପକ୍ଷରେ ଯିବ ଏବଂ ଦୁହେଁ ଖୁବ୍ ଶ୍ରୀଘ୍ର ଏକାଠି ହୋଇ ନୂଆ ଜୀବନ ଆରମ୍ଭ କରିପାରିବା । ଏହା ସହ ସୁକେଶ ଲେଖିଛନ୍ତି ସେ ଜାକଲିନ୍ ପାଇଁ ବୈଷ୍ଣୋଦେବୀ ମନ୍ଦିର ଓ ମହାକାଳେଶ୍ୱର ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନାର ବ୍ୟବସ୍ଥାର ଆୟୋଜନ କରିଛନ୍ତି । କୋଟି କୋଟି ଟଙ୍କା ଠକେଇ ମାମଲାରେ ଦିଲ୍ଲୀର ତିହାର ଜେଲରେ ଅଛି ମହାଠକ ସୁକେଶ ଚନ୍ଦ୍ରଶେଖର । ଦୁଇ ଶହ କୋଟି ଟଙ୍କା ଠକେଇ ମାମଲାରେ ଦିଲ୍ଲୀର ତିହାର ଜେଲରେ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ।

author

Related Articles

Leave a Reply

Your email address will not be published. Required fields are marked *