ପ୍ରେମ ପାଇଁ ଛୁରା ମାଡ଼

ପ୍ରେମ ପାଇଁ ଛୁରା ମାଡ଼

ପ୍ରେମ ପାଇଁ ଛୁରା ମାଡ଼। ଏପରି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରରେ । ଡ୍ୟାନ୍ସ୍ ଗ୍ରୁପ୍ ଯୁବତୀଙ୍କୁ ଛୁରା ମାଡ଼ କରି ବିହାରର ଯୁବକ ଫେରାର୍ । ଗୁରୁତର ଯୁବତୀ ଜଣକ ଡାକ୍ତରଖାନାରେ ଭର୍ତ୍ତି । ସୂଚନା ଅନୁଯାୟୀ, ପୁରୀରୁ ୫ ଜଣ ଯୁବତୀ ଉମରକୋଟ ଅଞ୍ଚଳରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ କରୁଥିଲେ । ତେବେ ସେମାନେ ସେଠାରେ ରହୁଥିବା ଏକ ଭଡ଼ା ଘରର ପାଚେରି ଡେଇଁ ବିହାରର ରୋହିତ ସିଂ ନାମକ ଜଣେ ଯୁବକ, ସମ୍ପୃକ୍ତ ଡ୍ୟାନ୍ସ ଗ୍ରୁପର ଜଣେ ଯୁବତୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ତାଙ୍କୁ ପ୍ରଥମେ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯିବା ପରେ, ଅବସ୍ଥା ଗୁରୁତର ହେବାରୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏନେଇ ଉମରକୋଟ ଥାନାରେ ଅଭିଯୋଗ ହେବା ପରେ, ପୋଲିସ ଘଟଣାସ୍ଥଳ ଓ ଡାକ୍ତରଖାନାକୁ ଯାଇ ତଦନ୍ତ ଆରମ୍ଭ କରିଛି । ପ୍ରେମ ସମ୍ପର୍କରେ ତିକ୍ତତା କାରଣରୁ ଏଭଳି ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।

author

Related Articles

Leave a Reply

Your email address will not be published. Required fields are marked *