ପ୍ରେସମିଟରେ ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ କଟାକ୍ଷ

 ପ୍ରେସମିଟରେ ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ କଟାକ୍ଷ

ନିର୍ବାଚନ ଯେତିକି ପାଖଉଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି । ଶାସକ ଦଳକୁ କେତେବେଳେ ବିରୋଧି ଟାର୍ଗେଟ କରୁଛନ୍ତି ତ ଆଉ କେତେବେଳେ ବିରୋଧିଙ୍କୁ ଟାର୍ଗେଟ କରୁଛନ୍ତି ବିଜେଡି ନେତା । ସାମ୍ୱାଦିକ ସମ୍ମିଳନୀ କରି ବିଜେପି ନେତାଙ୍କ ଉପରେ ବର୍ଷିଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଦାନଙ୍କୁ କରିଛନ୍ତି ପ୍ରସ୍ନ ଉପରେ ପ୍ରଶ୍ନ । କହିଛନ୍ତି, ୧୦ ବର୍ଷ ଧମେନ୍ଦ୍ର କେନ୍ଦ୍ରରେ ମନ୍ତ୍ରୀ ରହିଲେ ହେଲେ ଓଡିଶା ପାଇଁ କ’ଣ କଲେ? ପାଣ୍ଡିଆନ୍ ଆହୁରି ମଧ୍ୟ କହିଛନ୍ତି, ଗତ ୧୦ ବର୍ଷ ଭିତରେ ଓଡିଶାର ସ୍ୱାର୍ଥ ନେଇ ମୁଁ କେନ୍ଦ୍ରମନ୍ତ୍ରୀଙ୍କୁ ଯାହା କିଛି ପଚାରିଛି ମୋ ପ୍ରଶ୍ନର ଉତ୍ତର ଦେଇନାହାନ୍ତି କେନ୍ଦ୍ରମନ୍ତ୍ରୀ । ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରରେ ୫ ବର୍ଷ ଶିକ୍ଷା ମନ୍ତ୍ରୀ ରହିଲେ ହେଲେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ପାଇଁ କ’ଣ କଲେ? କେନ୍ଦ୍ରୀୟ ବିଦ୍ୟାଳୟର ସଂଖ୍ୟା ବଢାଇଲେ ନା ଭଲ ସ୍କୁଲ କଲେ । ବରଂ ବିଜେଡି ଏଠି ୫ଟି ସ୍କୁଲ ଗଢିଛି । ଆହୁରି ମଧ୍ୟ ମୁଖ୍ୟମନ୍ତ୍ରୀ ଚୌକି ଚାହୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୋଲି ଭିକେ ପାଣ୍ଡିଆନ କଟାକ୍ଷ କରିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *