ପ୍ରୟାସକାନ୍ତିଙ୍କୁ ଇଡି ତନାଘନା

ପ୍ରୟାସକାନ୍ତିଙ୍କୁ ଇଡି ତନାଘନା

ବଢୁଛି ବିଧାୟକଙ୍କ ଅଡୁଆ । ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଏବଂ ତାଙ୍କ ପୁଅ ପ୍ରୟାସକାନ୍ତି ଇଡିରେ ହାଜର ହେବା ପରେ ତାଙ୍କ ଅଡୁଆ ବଢିବାରେ ଲାଗିଛି । ଉଭୟ ମଙ୍ଗଳବାର ଇଡିରେ ହାଜର ହୋଇଥିଲେ । ରାତିସାରା ପ୍ରୟାସକାନ୍ତିଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରା କରିଛି । ଇଡି ଅଧିକାରୀମାନେ ପ୍ରୟାସକାନ୍ତିଙ୍କୁ ବିଭିନ୍ନ ଦିଗ ନେଇ ପଚରାଉଚରା କରିଥିଲେ । ଜବତ ହୋଇଥିବା ମୋବାଇଲରୁ ତଥ୍ୟ ବାହାର କରିଛି ଇଡି । ଡିଲିଟ୍ ହୋଇଥିବା ତଥ୍ୟକୁ ପୁନଃ ଉଦ୍ଧାର କରିଛି ସାଇବର ଏକ୍ସପର୍ଟ ଟିମ୍ । ଏହା ପୂର୍ବରୁ ବିଧାୟକ ପ୍ରଫୁଲ୍ଲ ସାମଲଙ୍କୁ ମଧ୍ୟ ଜେରା କରିଥିଲା ଇଡି ।

author

Related Articles

Leave a Reply

Your email address will not be published. Required fields are marked *