ପ୍ଲାନ କରୁଛନ୍ତି ମୋହନ ସାଂସଦଙ୍କ ପରେ ବିଧାୟକଙ୍କ ପାଳି !

ପ୍ଲାନ କରୁଛନ୍ତି ମୋହନ ସାଂସଦଙ୍କ ପରେ ବିଧାୟକଙ୍କ ପାଳି !

ବିଜେଡିର ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡି ଶାସକ ଦଳରେ ମିଶୁଛନ୍ତି ଯାହାର ସିଧାସଳଖ ପ୍ରଭାବ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପରେ ପଡୁଛି । ଦଳର ସଭାପତି ହୋଇ ମଧ୍ୟ ଦଳୀୟ ନେତାଙ୍କୁ ବାନ୍ଧି ରଖିବାରେ ଫେଲ ମାରୁଛନ୍ତି ନବୀନ । ଅନ୍ୟପଟେ ଗୋଟିଏ ପରେ ଗୋଟିଏ ନେତା କରଛଡା ଦେଉଥିବା କଥାକୁ ନେଇ ବିଜେଡି ନେତାମାନେ କହୁଛନ୍ତି କି କେତେ ଆସିବେ କେତେ ଯିବେ ନବୀନ ହାତ ହଲେଇଦେଲେ ସବୁ ହଜିଯିବେ । ହେଲେ ଲୋକସଭାରେ ଶୂନ ହୋଇଥିବା ବିଜେଡି ରାଜ୍ୟସଭାରେ ଏବେ 9ରୁ 7କୁ ଖସିଲାଣି । ଯେଉଁଥିପାଇଁ ବିରୋଧି ଦଳ ନେତା ଏବେ ଚିନ୍ତାରେ ପଡିଗଲେଣି । 24 ବର୍ଷର କ୍ଷମତା ହାତରୁ ଖସିବା ପରେ ତୃଣମୂଳ ସ୍ତରରୁ ଦଳକୁ ସୃଦୁଢ କରିବାରେ ଲାଗିପଡିଛନ୍ତି ନବୀନ କିନ୍ତୁ ଅନ୍ୟପଟେ ବିଜେଡି ଛାଡିବାରେ ବ୍ୟସ୍ତ ଦଳର ରାଜ୍ୟସଭା ସାଂସଦ । ଏହିପରି ଯଦି ମମତା ଓ ସୁଜିତଙ୍କ ପଦାଙ୍କ ଅନୁସରଣ କରିବେ ବିଜେଡି ନେତା ଖୁବଶୀଘ୍ର ବିଜେଡିର ଗଡ ଖାଲି ହୋଇଯିବ । ସାଂସଦ ମମତା ମହନ୍ତଙ୍କ ପରେ ସୁଜିତ କୁମାର ବିଜେଡି ଛାଡି ପଦ୍ମ ପୋଖରୀକୁ ଡିଆଁ ମାରିଛନ୍ତି । ସେମାନଙ୍କ ପରେ ଆହୁରି 2ରୁ ତିନି ଜଣ ବିଜେଡି ନେତା  ଦଳ ଛାଡି ବିଜେପିରେ ମିଶି ପାରନ୍ତି । ଖାଲି ସେତିକି ନୁହେଁ ରାଜ୍ୟସଭା ସାଂସଦଙ୍କ ପରେ ବିଧାୟକଙ୍କ ଉପରେ ଫୋକସ କରିଛି ଭାରତୀୟ ଜନତା ପାର୍ଟି । ବିଜେଡିକୁ ଭାଙ୍ଗି ବିଜେପିକୁ ସୃଦୁଢ କରିବା ପାଇଁ ନୂଆ ନୂଆ ଗୋଟି ଚାଳନା କରୁଛି ଭାରତୀୟ ଜନତା ପାର୍ଟି । ପ୍ରଥମେ ମମତାଙ୍କୁ ଗେମ ପ୍ଲାନ କରି ବିଜେପିରେ ମିଶାଇବା ପରେ ସୁଜିତ କୁମାରଙ୍କୁ ମଧ୍ୟ ନିଜ ଅକ୍ତିଆରକୁ ନେଇଗଲା । ବିଜେପି ସରକାର ଗଢିବା ପରେ ବିଜେଡିର ଘର ଖାଲି ହେବାରେ ଲାଗିଛି ।

author

Related Articles

Leave a Reply

Your email address will not be published. Required fields are marked *