ଫଳାଫଳ ପୂର୍ବରୁ ଚମକାଇଲା ଏକଜିଟ୍ ପୋଲ

ଫଳାଫଳ ପୂର୍ବରୁ ଚମକାଇଲା ଏକଜିଟ୍ ପୋଲ

ଚାହୁଁ ଚାହୁଁ ସରିଗଲା ନିର୍ବାଚନ । ଇଭିଏମରେ ସିଲ ହୋଇରହିଛି ପ୍ରାର୍ଥୀଙ୍କ ଭାଗ୍ୟ । ଆଉ ମାତ୍ର ଗୋଟିଏ ଦିନ ପରେ କାହା ହାତକୁ ଓଡିଶାର ଶାସନ ଭାର ଯିବ ତାହା ମଧ୍ୟ ସ୍ପଷ୍ଟ ହୋଇଯିବ । କିନ୍ତୁ ଭୋଟ ସରିବା ପରଠୁ ହିଁ କାହା ଖାତାକୁ ଅଧିକ ଆସନ ଯିବ ସେନେଇ ଆକଳନ ପରେ ଆକଳନ କରୁଛନ୍ତି ରାଜନତୈକ ସମୀକ୍ଷକ । ଜାତୀୟ ଗଣମାଧ୍ୟମର ଆକଳନ ଅନୁଯାୟୀ , ଏଥର ରାଜ୍ୟରେ ବିଜେଡି ବିପର୍ଯ୍ୟୟ ଆଡକୁ ଗତି କରୁଥିବା କୁହାଯାଉଛି । ୨୧ଟି ଲୋକସଭା ସିଟ୍ ମଧ୍ୟରୁ ବିଜେପି ୧୩ରୁ ଅଧିକ ସିଟରେ ବିଜୟୀ ହେବ ବୋଲି ସୂଚନା ମିଳୁଛି । ସେହିପରି ବିଜେଡି ସର୍ବାଧିକ ୮ଟି ସିଟ୍ ଜିତିପାରେ ବୋଲି ସର୍ଭେରୁ ଜଣାପଡିଛି । ଯଦି ଏହି ଆକଳନ ସତରେ ପରିଣତ ହୁଏ ତେବେ ଏଥର ବି ବିଜେଡି ହାତରୁ ଶାସନ ଭାର ଖସିବାର ସମ୍ଭାବନା ବଢିଯାଇଛି । ତେବେ ଏହି ରିପୋର୍ଟ ପ୍ରକାଶ ପାଇବା ପରେ ବି ଅନେକ ଏହାକୁ କେବଳ ଏକ ସମ୍ଭାବନା କହୁଥିବା ବେଳେ ଅନେକ ଏହାକୁ ସତ ମାନି ନେଉଛନ୍ତି । ତେବେ ଦେଖାଯାଉ ଜୁନ୍ ୪ ର ଫଳାଫଳ କଣ କହୁଛି , ଏଥର ସରକାର ବଦଳୁଛି ନା ପୁଣି ଥରେ ଶଙ୍ଖ ଚିହ୍ନ ଆସୁଛି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *