ଫସେଇଦେଲେ ନବୀନ…ଏବେ କାହାକୁ ଆଳୁ ବିକିବେ ମମତା ଦିଦି ?

ଫସେଇଦେଲେ ନବୀନ…ଏବେ କାହାକୁ ଆଳୁ ବିକିବେ ମମତା ଦିଦି ?

ଆଳୁର ଦରବୃଦ୍ଧି ରାଜ୍ୟବାସୀଙ୍କୁ ହନ୍ତସନ୍ତ କରିବାରେ ଲାଗିଛି । ଆଳୁ ସଙ୍କଟ ଥମିବାର ନାଁ ହିଁ ଧରୁନି । ହଁ ଆଜ୍ଞା ରାଜ୍ୟରେ ଆଳୁ ସଙ୍କଟ ଦୂର କରିବା ପାଇଁ ମୋହନ ସରକାର ଭିନ୍ନ ଭିନ୍ନ ପନ୍ଥା ଆପଣାଉଛନ୍ତି । ମମତା ଦିଦିଙ୍କୁ ତାଙ୍କ ମନମାନିର ସବକ ଶିଖାଇବା ପାଇଁ ମୋହନ ସରକାର ପଶ୍ଚିମବଙ୍ଗରୁ ଆଳୁ ଆମଦାନୀ କରିବା ବନ୍ଦ କରିଦେଇଛନ୍ତି । ଉତ୍ତରପ୍ରଦେଶରୁ ଓଡିଶାକୁ ମଗାଯାଉଛି ଆଳୁ । ରାଜ୍ୟ ସରକାରଙ୍କ ଏପରି ଘୋଷଣା ପରେ ହରଡଘଣାରେ ପଡିଯାଇଛନ୍ତି ମମତା ସରକାର । ପଶ୍ଚିମବଙ୍ଗ ସୀମାରେ ପୋଲିସ ଲାଞ୍ଚ ନେଇ ଆଳୁଟ୍ରକ ଛାଡୁଥିବା ଅଭିଯୋଗ ହୋଇଥିଲା । ମମତା ଦିଦିଙ୍କ ଏହି ମନମାନୀ ପାଇଁ ନବୀନ ବାବୁ ଦିଦିଙ୍କୁ ଚିଠି ଲେଖିଥିଲେ ଯେଉଁଥିପାଇଁ ରାଜ୍ୟରେ ମୋହନ ସରକାରଙ୍କ ପାରିବା ପଣିଆ ଉପରେ ନାନା ପ୍ରଶ୍ନ ଉଠିଥିଲା । କିନ୍ତୁ ମୋହନଙ୍କ ଉତ୍ତରପ୍ରଦେଶରୁ ଆଳୁ ଆଣିବା ନିଷ୍ପତ୍ତି ପରେ ଧୀରେ ଧୀରେ ରାଜ୍ୟରେ ସୁଧୁରିବାରେ ଲାଗିଛି ଆଳୁର ଦର । ରାଜ୍ୟରେ ଆଳୁ ସଙ୍କଟ ଦେଖାଯାଇଥିବା ବେଳେ ପଶ୍ଚିମବଙ୍ଗ ସରକାର ମଧ୍ୟ ଓଡିଶାକୁ ଆଳୁ ଯୋଗାଇବାରେ ନିରାଶ କରିଥିଲେ । ଯେଉଁଥିପାଇଁ ରାଜ୍ୟରେ ଆଳୁ ସମସ୍ୟା ଏକ ଉତ୍କଟ ରୂପ ଧାରଣ କରିଥିଲା । କେଉଁଠାରେ ଦର 50 ଟଙ୍କା ତ ଅନ୍ୟ କେଉଁଠାରେ 60 ଟଙ୍କା । ପରନ୍ତୁ ଏବେ ଓଡିଶାକୁ ଉତ୍ତରପ୍ରଦେଶରୁ ଆଳୁଟ୍ରକ ଆସିବା ପରେ ଦିଦିଙ୍କୁ ଏକ ଶକ୍ତ ଝଟକା ଲାଗିଛି । ଓଡିଶାରେ ବିଜେପି ସରକାର ହେବା ପରେ ଓଡିଶାର ଉପରେ ଖପ୍ପା ଥିବା ମମତା ଦିଦି ଏବେ ଆଳୁ କେମିତି ବିକବେ ତାଙ୍କୁ ସେ ଚିନ୍ତା ହେଲାଣି । କାହିଁକିନା ଓଡିଶାକୁ ଉତ୍ତର ପ୍ରଦେଶରୁ ଆଳୁ ଆସିବା ପରେ ଧୀରେ ଧୀରେ କରି ପଶ୍ଚିମବଙ୍ଗରୁ ଆଳୁ ଆମଦାନୀକୁ ବନ୍ଦ କରାଯିବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେପଟେ ଦିଦି ମୁଣ୍ଡରେ ହାତ ଦେଇ ବସିଲେଣି । ନବୀନ ଚିଠି ଲେଖିବା ପରେ ଆଳୁ ସମସ୍ୟାର ସମାଧାନ ହେଲା ବୋଲି ଚର୍ଚ୍ଚା ହେଉଥିଲା କିନ୍ତୁ ଏବେ କୁହାଗଲାଣି ନବୀନଙ୍କ ଚିଠି ପାଇଁ ପସିଗଲେ ମମତା ଦିଦି । ତେବେ ଆଗକୁ ଦିଦିଙ୍କ ଆଳୁ ବିକିବା ସମସ୍ୟା କେଉଁ ଦିଗକୁ ଗତି କରୁଛି ତାହାର ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *