ଫାଇନାଲରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ

ଫାଇନାଲରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ

ଆସନ୍ତା ରବିବାର ବିଶ୍ୱ ଦେଖିବ ମହାମୁକାବଲା । ବିଶ୍ୱକପ ଟ୍ରଫି ପାଇଁ ଲଢେଇ ଜୋରଦାର ହେବ । ଭାରତ ସହ ଲଢିବ ୫ ଥରର ବିଶ୍ୱକପ୍ ବିଜେତା ଅଷ୍ଟ୍ରେଲିଆ । ୨୦ ବର୍ଷ ପରେ ବିଶ୍ୱକପ୍ ଫାଇନାଲରେ ମୁହାଁମୁହିଁ ହେବେ ଦୁଇ ଦଳ । ୨୦୦୩ରେ ହୋଇଥିବା ମୁକାବିଲାରେ ପରାସ୍ତ ହୋଇଥିଲା ଭାରତ । ଏଥର ପ୍ରତିଶୋଧ ନେବାର ସୁଯୋଗ ରହିଛି ରୋହିତ ବାହିନୀଙ୍କ ପାଖରେ । ୨୦୦୩ରେ ସୌରଭ ଗାଙ୍ଗୁଲିଙ୍କ ଅଧିନାୟକତ୍ୱରେ ଫାଇନାଲ ଖେଳିଥିଲା ଭାରତ । ପ୍ରଥମେ ବ୍ୟାଟିଂ କରି କଙ୍ଗାରୁ ଦଳ ଭାରତକୁ ଦେଇଥିଲା ୩୬୦ ରନରେ ବିଜୟ ଲକ୍ଷ୍ୟ । ଜବାବରେ ଭାରତ ୨୩୪ ରନ୍ ହିଁ କରିପାରିଥିଲା । ବୀରେନ୍ଦ୍ର ସେହୱାଗ ସର୍ବାଧିକ ୮୨ ରନ୍ କରିଥିବା ବେଳେ ଦ୍ରାବିଡ଼ ୪୭, ସଚିନ୍ ୪ ଓ ଗାଙ୍ଗୁଲି ୨୪ ରନ୍ କରିଥିଲେ । ହେଲେ ଏଥର ଭାରତୀୟ ଟିମ୍ ଜବରଦସ୍ତ ଫର୍ମରେ ରହିଛି । ଏପର୍ଯ୍ୟନ୍ତ ବିଶ୍ୱକପ୍ ଅପରାଜେୟ ରହିଛି ରୋହିତ ବାହିନୀ । ତେଣୁ ୨୦୦୩ର ପ୍ରତିଶୋଧ ୨୦୨୩ରେ ନେବାକୁ ଚେଷ୍ଟା କରିବ ଭାରତ । ୨୦୦୩ରେ ବିଶ୍ୱକପ୍ରେ ଉପଅଧିନାୟକ ଥିବା ରାହୁଲ ଦ୍ରାବିଡ ଏବେ ଭାରତୀୟ ଦଳର ମୁଖ୍ୟ କୋଚ୍ । ଟିମ୍ ଭଲ ପ୍ରଦର୍ଶନ ପଛରେ ଦ୍ରାବିଡଙ୍କର ମଧ୍ ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତେଣୁ ଭାରତ ବିଶ୍ୱକପ୍ ଜିତିଲେ ଦ୍ରାବିଡଙ୍କ ୨୦୦୩ର ଆଶା ପୂରଣ ହୋଇପାରିବ ।

author

Related Articles

Leave a Reply

Your email address will not be published. Required fields are marked *