ଫାଇନ ଭରିଲା ଜିଓ ଫାଇବର

ଫାଇନ ଭରିଲା ଜିଓ ଫାଇବର

ରାଜଧାନୀର ବିଭିନ୍ନ ସ୍ଥାନରେ ହୋର୍ଡିଂ ଲଗାଇବା ନେଇ ବିଏମସି ନେଇଛି କଠୋର ପଦକ୍ଷେପ । ଏହା ସତ୍ତ୍ୱେ ବି ଲୋକମାନେ ବାହାରେ ବିନା ଅନୁମତିରେ ପୋଷ୍ଟର ଲଗାଉଛନ୍ତି । ବେଆଇନ ଭାବେ ପୋଷ୍ଟର ମାରିଥିବା କମ୍ପାନୀ ଉପରେ ଜରିମାନା । ନୟାପଲ୍ଲୀର କିଛି କାନ୍ଥରେ ଜିଓ ଫାଇବର ପକ୍ଷରୁ ମରାଯାଇଥିବା ପୋଷ୍ଟର ପାଇଁ ୫୦ହଜାର ଟଙ୍କା ଜରିମାନା କରିଛି ବିଏମସି । ଏହାସହ ଜିଓ ଫାଇବର ନାଁରେ ମାମଲା ମଧ୍ୟ କରାଯାଇଛି । ହୋର୍ଡିଂ ମାରିଲେ ଭୁବନେଶ୍ୱରର ସୌନ୍ଦର୍ଯ୍ୟ ନଷ୍ଟ ହେଉଛି ବୋଲି ଦର୍ଶାଇ କିଛି ଦିନ ତଳେ ଏକ ଘରୋଇ ପାନ ମସଲା କମ୍ପାନୀକୁ ୫ ଲକ୍ଷ ଟଙ୍କା ଜୋରିମାନା କରାଯାଇଥିଲା । ଥାନାରେ ମାମଲା ବି ଦାୟର ହୋଇଥିଲା । ଏହାଛଡା କୋଚିଂ ସେଂଟର, ଜିମ୍ ଓ ଯାତ୍ରା ପାର୍ଟିଠାରୁ ବି ଫାଇନ ଆଦାୟ କରିଛି ବିଏମସି ।ଭୁବନେଶ୍ୱରର ସୌନ୍ଦର୍ଯ୍ୟ ବଢାଇବା ପାଇଁ ବିଏମସିର ଏପରି ପଦକ୍ଷେପ ।

author

Related Articles

Leave a Reply

Your email address will not be published. Required fields are marked *