ଫାଇଲ ଭିତରେ ବନ୍ଦ ରହୁଛି ନେତାଙ୍କ ହତ୍ୟାର କାହାଣୀ

ଫାଇଲ ଭିତରେ ବନ୍ଦ ରହୁଛି ନେତାଙ୍କ ହତ୍ୟାର କାହାଣୀ

ବର୍ତ୍ତମାନ 2024 ନିର୍ବାଚନକୁ ନେଇ ହୁଲୁସ୍ତୁଲ ଓଡିଶା ରାଜ୍ୟ ରାଜନୀତି । ରାଜନୈତିକ ଦଳ ତଥା ରାଜନେତା ମାନେ ନିର୍ବାଚନ ଜିତିବା ଲକ୍ଷ୍ୟରେ ତାଙ୍କର ଗୋଟି ଚଳାଇବା ଆରମ୍ଭ କରିଦେଲେଣି । ରାଜନୀତିକୁ ନେଇ ରାଜନେତାମାନଙ୍କ ମଧ୍ୟରେ ତିକ୍ତତା ମଧ୍ୟ ଦେଖାଯାଉଛି । ପୂର୍ବରୁ କେତେ ଯେ ରାଜନେତା ଏହି ଆକ୍ରୋଶ ଶିକାର ହୋଇଛନ୍ତି ଆସନ୍ତୁ ଜାଣିବା ।
ଓଡିଶା ଇତିହାସର ଏକ କଳା ଦିନ 2023 ଜାନୁୟାରୀ 29 ରେ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଝାରସୁଗୁଡା ବିଧାୟକ ନବକିଶୋର ଦାସ ଝାରସୁଗୁଡାର ଗାନ୍ଧୀ ଛକ ଠାରେ ଗୁଳିର ଶିକାର ହୋଇ ମୃତ୍ୟୁବରଣ କରିଥିଲେ । ଗୋପାଳ ଦାସ ନାମକ ପୋଲିସ ସୁରକ୍ଷା କର୍ମୀ ତାଙ୍କୁ ହତ୍ୟା କରିଥିଲେ ଯାହା ଆଜିବି ତଦନ୍ତ ଘେରରେ ।
ସେହିପରି ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ 2009 ଅକ୍ଟୋବର 13 ତାରିଖରେ ଗୁଳି କରାଯାଇଥିଲା । ଓଡିଶା ପଶ୍ଚିମବଙ୍ଗ ସୀମାର ଶୂଳିଆପଦା ଥାନାର ବଣ୍ଡାବ ଗାଁକୁ ଫୁଟବଲ ମ୍ୟାଚ ଦେଖିବାକୁ ଯାଇଥିଲେ ସେଠାରେ ମ୍ୟାଚ ଦେଖୁଥିବାବେଳେ ନକ୍ସଲମାନେ ତାଙ୍କୁ ଆକ୍ରମଣ କରିଥିଲେ । 2011 ସେପ୍ଟେମ୍ବର 24 ତାରିଖରେ ରାଇଘର ବ୍ଲକର ଗୁନା ଗାଁରେ ଭୂମିହୀନ ଆଦିବାସୀଙ୍କୁ ଜମିପଟ୍ଟା ବାଣ୍ଟୁଥିବା ବେଳେ ଲାଲବାହିନୀର ଗୁଳିରେ ଟଳି ପଡିଥିଲେ ଜଗବନ୍ଧୁ। ଗୁଳିକାଣ୍ଡରେ ଜଗବନ୍ଧୁ ମାଝୀ ଓ ତାଙ୍କ PSOଙ୍କର ମୃତ୍ୟୁ ହୋଇଥିଲା ।
2013 ଡିସେମ୍ବର 15 ତାରିଖରେ ଟିଟିଲାଗଡର ଜଣେ ଯୁବ ବିଜେଡି ଟାଣୁଆ ନେତା ତଥା ମନ୍ତ୍ରୀ ଟୁକୁନିସାହୁଙ୍କ ସ୍ୱାମୀ ଅଭିମନ୍ୟୁ ସାହୁ ଙ୍କୁ ସକାଳୁ ମର୍ଣ୍ଣିଂ ୱାର୍କରେ ଯାଉଥିବା ସମୟରେ ଧାରୁଆ ଅସ୍ତ୍ର ଦ୍ୱାରା ହତ୍ୟା କରାଯାଇଥିଲା । ସେହିପରି ବିଜେଡିର ବରିଷ୍ଠ ନେତା ତଥା ପୁରୀର ପୂର୍ବତନ ବିଧାୟକ ମହେଶ୍ୱର ମହାନ୍ତି 2014 ଫେବ୍ରୁୟାରୀ 22 ତାରିଖରେ ପୁରୀରେ ନିଜଘର ଠାରୁ ଅଳ୍ପ ଦୂରରେ କିଛି ଦୁର୍ବୁତ୍ତ ଙ୍କ ଦ୍ୱାରା ଆକ୍ରମଣ ର ଶିକାର ହୋଇଥିଲେ ହାତରେ ଗୁଳି ବାଜିବା ହେତୁ ଅଳ୍ପକେ ବର୍ତ୍ତି ଯାଇଥିଲେ ମହେଶ୍ୱର ।
ତେବେ ଏଇ ରାଜନୈତିକ ତିକ୍ତତା ଆଉ କେତେ ନେତା ମନ୍ତ୍ରୀଙ୍କ ମୁଣ୍ଡ ନେବ ତାହା କହିବା ଅସମ୍ଭବ ।

author

Related Articles

Leave a Reply

Your email address will not be published. Required fields are marked *