ଫାୟାର ପାନରେ ମୁହଁ ଜଳେ ନାହିଁ କାହିଁକି

ଫାୟାର ପାନରେ ମୁହଁ ଜଳେ ନାହିଁ କାହିଁକି

ଭୁବନେଶ୍ୱର:

ଭାରତରେ ଅନେକ ପ୍ରକାର ସ୍ୱାଦିଷ୍ଟ ପାନ ରହିଛି | ଆଜିର ସମୟରେ ମଧ୍ୟ ଲକ୍ଷୈ୍ନାରେ ବରଯାତ୍ରୀଙ୍କ ସ୍ୱାଗତ ପାନ ଦ୍ୱାରା ହୋଇଥାଏ | ବାହାଘରରେ ମେନ୍ୟୁରେ ମଧ୍ୟ ପାନ ରଖାଯାଉଛି | ଏହାର ଦାମ ୨୦-୩୦ ଟଙ୍କାରୁ ଆରମ୍ଭ କରି ୫୦୦୦ ତାଙ୍କ ପର୍ଯ୍ୟନ୍ତ ରହିଛି | ତେବେ, ଏସବୁ ସ୍ୱାଦିଷ୍ଟ ପାନ ଭିତରୁ ଫାୟାର ପାନର ଚାହିଦା ବୃଦ୍ଧି ପାଇବାରେ ଲାଗିଛି | ଏ ସମ୍ପର୍କିତ ଅନେକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳେ | ନିଆଁ ଜଳୁଥିବା ସମୟରେ ପାନଟି ଗ୍ରାହକମାନେ ଚୋବାଇ ଖାଇଥାନ୍ତି | ତେବେ ଏଠାରେ ପ୍ରଶ୍ନ ଉଠିବା ସ୍ଵାଭିବିକ ଯେ, ପାନରେ ନିଆଁ କେମିତି ଲାଗେ ଏବଂ ନିଆଁଯୁକ୍ତ ପାନ ଖାଇବା ଦ୍ୱାରା ପାଟିରେ ନିଆଁ ଲାଗିଯାଏ ନାହିଁ କିପରି ?

ଏହାର ଉତ୍ତର ହେଉଛି, ଏହି ପାନରେ ଅନ୍ୟ ସାଧାରଣ ମସଲା ସହିତ ଲବଙ୍ଗ ଗୁଣ୍ଡ, ଡ୍ରାଏ ଫ୍ରୁଟସ, ବିଭିନ୍ନ ପ୍ରକାର ଡ୍ରାଏ ନଟସ ଓ କିଛି ଚିନିର ମିଶ୍ରଣ ହୋଇଥାଏ | ଏସବୁ ଜିନିଷ ଶୁଖିଲା ଥିବାରୁ ଲାଇଟର ସାହାଯ୍ୟରେ ନିଆଁ ଲଗାଇବା ଦ୍ୱାରା ଶୀଘ୍ର ନିଆଁ ଧରିଥାଏ | ତେବେ ଏହି ନିଆଁ ମାତ୍ର ୨ରୁ ୩ ସେକେଣ୍ଡ ପର୍ଯ୍ୟନ୍ତ ରହିଥାଏ | ତେଣୁ ଏହାକୁ ପ୍ରସ୍ତୁତ କରିବା ସଙ୍ଗେ ସଙ୍ଗେ ଗ୍ରାହକଙ୍କ ପାଟିରେ ଦେବାକୁ ହୋଇଥାଏ | ନିଆଁ ଲଗାଇବା ଏବଂ ଗ୍ରାହକଙ୍କ ପାଟିରେ ଦେବା ସମୟ ଭିତରେ ୨ରୁ ୩ ସେକେଣ୍ଡ ହୋଇଯାଇଥାଏ | ତେଣୁ ଆପେ ଆପେ ନିଆଁ ଲିଭିଯାଇଥାଏ | ତେଣୁ ଜଳନ୍ତା ପାନ ଖାଇଲେ ମଧ୍ୟ ପାଟିରେ କୌଣସି କ୍ଷେତି ହୁଏନାହିଁ |

author

Related Articles

Leave a Reply

Your email address will not be published. Required fields are marked *