ଫିଲ୍ମ ଷ୍ଟାଇଲରେ କାଠ ଚୋରା ଚାଲାଣ ବେଳେ ମାଡିବସିଲା ବନ ବିଭାଗ

ଫିଲ୍ମ ଷ୍ଟାଇଲରେ କାଠ ଚୋରା ଚାଲାଣ ବେଳେ ମାଡିବସିଲା ବନ ବିଭାଗ

ପୁଷ୍ପା ଫିଲ୍ମ ଷ୍ଟାଇଲରେ ଶାଳ କାଠ ଚାଲାଣ ବେଳେ ମାଡିବସିଲା ବନ ବିଭାଗ । ଏଭଳି ଘଟଣା ଘଟିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ରେଞ୍ଜ ଅନ୍ତର୍ଗତ ବରପଦ ସେକ୍ସନ ଅଧିନରେ । ବରପଦର ଦିଗରୁ ଏକ ଟ୍ରାକ୍ଟର ଟଲି ତଳେ ଶାଳ କାଠ ଉପରେ ଚିପ୍ସ ରଖି ଫିଲ୍ମଷ୍ଟାଇଲରେ କାଠ ଚୋରାଚାଲାଣ ହେଉଥିବା ବନ ବିଭାଗକୁ ସୂଚନା ମିଳିଥିଲା । ଖବର ପାଇବା ପରେ ବନପାଳ ବୁଲି ବେହେରାଙ୍କ ନେତୃତ୍ୱରେ ଏକ ଟିମ ପେଟ୍ରୋଲିଙ୍ଗ କରୁଥିବା ସମୟରେ ପଲସାଗୋରା ନିକଟରେ ଛକି ବସିଥିଲେ । ଏବଂ ଆସୁଥିବା ଟ୍ରାକ୍ଟରକୁ ଅଟକାଇ ଯାଞ୍ଚ କରିବାରୁ ଉକ୍ତ ଟ୍ରାକ୍ଟର ଟଲିରୁ ୬୦ ଖଣ୍ଡ ଶାଳ କାଠ ବାହାରିଲା । କାଠ ସହ ଟ୍ରାକ୍ଟରକୁ ଜବତ କରିବା ସହ କଣ୍ଟାମାଳ ବନବିଭାଗ ୩ ଜଣଙ୍କୁ ଗିରଫ କରିଛି । ଏହି ଘଟଣାରେ ଗିରଫ ହୋଇଥିବା ଜଣ ଯୁବକ ହେଉଛନ୍ତି ବୌଦ୍ଧ ଜିଲ୍ଲାର ଘଣ୍ଟାପଡା ଥାନା ଅନ୍ତର୍ଗତ ପର୍ତିମାବ ଗ୍ରାମର ଅଶ୍ୱନକବାଟ, ଉଡେର ଗ୍ରାମର ବିନୋଦ ସେଠୀ, ମସିଣାଗୋରା ଗ୍ରାମର ରଞ୍ଜନ ମହାକୁଡ । ଏମାନଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ବନ ବିଭାଗ ।

author

Related Articles

Leave a Reply

Your email address will not be published. Required fields are marked *