ଫୁଲ ଧରିବେ ପ୍ରଦୀପ ପାଣିଗ୍ରାହୀ !

ଫୁଲ ଧରିବେ ପ୍ରଦୀପ ପାଣିଗ୍ରାହୀ !

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ନେଇ ସରଗରମ ହେଲାଣି ରାଜ୍ୟ ରାଜନୀତି । ବିଜେଡିରୁ ବହିଷ୍କୃତ ହୋଇଥିିବା ଗଞ୍ଜାମ ଜିଲ୍ଲାର ଟାଣୁଆ ନେତା ତଥା ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ନେଇ ବଢୁଛି ସସପେନ୍ସ । ୨୪ ନିର୍ବାଚନରେ ସେ କେଉଁ ଭୂମିକାରେ ଅବତୀର୍ଣ୍ଣ କରିବେ ଏବଂ ସେ କେଉଁ ଦଳରୁ ପ୍ରତିଦ୍ୱନ୍ଦିତା କରିବେ ତାକୁ ନେଇ ନାନା କଳ୍ପନା ଜଳ୍ପନା ଲାଗି ରହିଛି । ତେବେ ଏହାରି ମଧ୍ୟରେ ସେ ବିଜେପିରେ ସାମିଲ ହେବା ନେଇ ଏକ ଇସାରା ଦେଇଛନ୍ତି । ସେପଟେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରଦୀପ ପାଣିଗ୍ରାହୀଙ୍କୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ଭେଟିବା ଏହି ଇସାରାକୁ ଆହୁରି ଖୋରାକ ଯୋଗାଇଦେଇଛି । ତେବେ ଏହି ଭେଟଘାଟକୁ ନେଇ ପ୍ରଦୀପ କହିଛନ୍ତି, ସମୟ ଆସିଲେ ସବୁକିଛି କ୍ଲିୟର ହୋଇଯିବ । ଦଶ ବାର ଦିନ ପରେ ସବୁ କିଛି ସ୍ପଷ୍ଟ ହୋଇଯିବ । ଏହା ସହ ରାଜ୍ୟରେ ଏଥର ପରିବର୍ତ୍ତନ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ପୂର୍ବରୁ ଧଳା,ସବୁଜ ଦେଖିଛେ ଆଗକୁ ଗେରୁଆ ଦେଖିବା ବୋଲି କହିଛନ୍ତି ପ୍ରଦୀପ ପାଣିଗ୍ରାହୀ ।

author

Related Articles

Leave a Reply

Your email address will not be published. Required fields are marked *