ଫେବୃଆରୀ ଶେଷ ସୁଦ୍ଧା ସମସ୍ତ ଜିଲ୍ଲାରେ ଗଡିବ ଲକ୍ଷ୍ମୀ ବସ୍‌

ଫେବୃଆରୀ ଶେଷ ସୁଦ୍ଧା ସମସ୍ତ ଜିଲ୍ଲାରେ ଗଡିବ ଲକ୍ଷ୍ମୀ ବସ୍‌

ଫେବୃଆରୀ ଶେଷ ସୁଦ୍ଧା ସମସ୍ତ ଜିଲ୍ଲାରେ ଗଡିବ ଲକ୍ଷ୍ମୀ ବସ୍ । ଗ୍ରାମାଞ୍ଚଳବାସୀଙ୍କ ଗମନାଗମନ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିବା ଏହି ଲକ୍ଷ୍ମୀ ବସ୍ ସେବା ଫେବୃଆରୀ ଶେଷ ସୁଦ୍ଧା ରାଜ୍ୟର ସମସ୍ତ ଜିଲ୍ଲାରେ ଚାଲିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ । ଏହି ଯୋଜନାରେ ସାରା ରାଜ୍ୟରେ ୧୦୦୦ ବସ୍ ଚଳାଇବାକୁ ନିଷ୍ପତ୍ତି ହୋଇଛି । ଏହି ପରିଚାଳନା ଦାୟିତ୍ୱ ମିଶନ ଶକ୍ତିର ମହିଳାମାନଙ୍କୁ ଦିଆଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗ୍ରାମାଞ୍ଚଳରେ ଗମନାଗମନରେ ବହୁ ସମସ୍ୟା ରହିଥିଲା। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ସମୟରେ ଏ ବିଷୟରେ ଜାଣିବା ପରେ ଲକ୍ଷ୍ମୀ ବସ୍ ଯୋଜନା ଆରମ୍ଭ କରାଗଲା। ଗ୍ରାମାଞ୍ଚଳର ଲୋକମାନେ ସୁବିଧାରେ ଏବଂ କମ୍ ଖର୍ଚ୍ଚରେ ତାଙ୍କର ଦୈନନ୍ଦିନ କାର୍ଯ୍ୟ ପାଇଁ ଘର ପାଖରୁ ଏହି ବସ୍ ବ୍ୟବହାର କରିପାରିବେ। ଲକ୍ଷ୍ମୀ ବସ୍ ଲୋକଙ୍କୁ ଲୋକଙ୍କ ସହ ଯୋଡ଼ିବ। ସାମାଜିକ ଓ ଆର୍ଥିକ ଜୀବନକୁ ମଜବୁତ୍ କରିବ। ପିଲାଙ୍କୁ ସ୍କୁଲ କଲେଜ ନେବ। ଚାଷୀଙ୍କୁ ମାର୍କେଟ ସହିତ ଯୋଡ଼ିବ। ମା’ ଓ ଛାତ୍ରଛାତ୍ରୀମାନେ ମାତ୍ର ୫ ଟଙ୍କାରେ ଏହି ବସ୍ରେ ଯିବା ଆସିବା କରିପାରିବେ।

author

Related Articles

Leave a Reply

Your email address will not be published. Required fields are marked *