ଫେବୃଆରୀ ୧୬ ତାରିଖରୁ ଖଣ୍ଡଗିରି କୁମ୍ଭମେଳା

ଫେବୃଆରୀ ୧୬ ତାରିଖରୁ ଖଣ୍ଡଗିରି କୁମ୍ଭମେଳା

ଆସନ୍ତା ଫେବୃଆରୀ ୧୬ ତାରିଖରୁ ଆରମ୍ଭ ହେବ ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା । ଏହି ମେଳା ଫେବୃଆରୀ ୧୬ରୁ ୨୪ ତାରିଖ ଯାଏଁ ମେଳା ଚାଲିବାକୁ ଥିବା ବେଳେ ଏହାକୁ ନେଇ ବିଏମସି ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମୌଳିକ ସୁବିଧା ସୁଯୋଗ ସହ ମେଳା ପରିଚାଳନା ପାଇଁ ବିଭିନ୍ନ ଦିଗକୁ ନେଇ ଆଲୋଚନା କରାଯାଇଛି । ସାଧୁସନ୍ଥଙ୍କ ମୌଳିକ ଆବଶ୍ୟକତାକୁ ନେଇ ଅସ୍ଥାୟୀ ସ୍ନାନଗାର, ଅସ୍ଥାୟୀ ଶୌଚାଳୟ ,ପାନୀୟ ଜଳ, ବିଦ୍ୟୁତ ସଂଯୋଗ, ସୂଚନା କେନ୍ଦ୍ର, ଆମ୍ବୁଲାନ୍ସ ସେବା ଓ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ଗୁରୁତ୍ୱ ଦିଆଯାଇଛି। ସେହିପରି ପାର୍କିଂ ବ୍ୟବସ୍ଥା, ମୀନା ବଜାରରେ କିଭଳି ଅଧିକ ବ୍ୟବସାୟୀ ସାମିଲ ହେବେ ସେନେଇ ଦୃଷ୍ଟି ଦିଆଯାଇଛି।ବିଏମସି ପକ୍ଷରୁ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇ ମେଳାର ପରିଚାଳନା କରାଯିବ । ଅନ୍ୟପଟେ ଖଣ୍ଡଗିରି ମେଳା ପୂର୍ବରୁ ଅଞ୍ଚଳକୁ ଜବରଦଖଲ ମୁକ୍ତ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି।

author

Related Articles

Leave a Reply

Your email address will not be published. Required fields are marked *