ଫେବୃୟାରୀରେ ଲୋକାର୍ପିତ ହେବ ବରମୁଣ଼୍ଡା ବସ ଟର୍ମିନାଲ

ଫେବୃୟାରୀରେ ଲୋକାର୍ପିତ ହେବ ବରମୁଣ଼୍ଡା ବସ ଟର୍ମିନାଲ

ଫେବୃୟାରୀରେ ଲୋକାର୍ପିତ ହେବ ବରମୁଣ୍ଡା ବସ ଟର୍ମିନାଲ । ଆଜି ଭୋରରୁ ଫାଇଭ ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଟର୍ମିନାଲ କାମର ସମୀକ୍ଷା କରିଛନ୍ତି । ପ୍ରତିକ୍ଷାଳୟ, ପରିମଳ ବ୍ୟବସ୍ଥା, ଆଲୋକୀକରଣ ସୁବିଧା ଆଦି କାମର ସମୀକ୍ଷା କରିଛନ୍ତି ଫାଇଭ୍-ଟି ଅଧ୍ୟକ୍ଷ । ତେଣୁ ତୁରନ୍ତ ବାକି ଥିବା କାମ ଶେଷ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଠାରେ ଯାତ୍ରୀମାନେ ବିଶ୍ୱସ୍ତରୀୟ ଯାତ୍ରା ଅନୁଭୂତି ପାଇବେ । ନୂଆ ବସ୍ ଟର୍ମିନାଲରେ ପ୍ରିପେଡ୍ ଅଟୋ ଓ ଟ୍ୟାକ୍ସି ସୁବିଧା ମିଳିବ । ଏହା ସହ ବିମାନବନ୍ଦର ପରି ସୁବିଧା ପାଇବେ ଯାତ୍ରୀ । ବିମାନ ବନ୍ଦର ପରି ବସ୍ ଟର୍ମିନାଲରେ ପାର୍କିଂ ସୁବିଧା ସହିତ ଫୁଡ କୋର୍ଟ, ରେଷ୍ଟୁରାଣ୍ଟ ମଧ୍ୟ ରହିବ । ଆହାର କେନ୍ଦ୍ର ସହିତ କାର ପାର୍କିଂ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି ।

author

Related Articles

Leave a Reply

Your email address will not be published. Required fields are marked *