ଫେରିଲେ ସୌମ୍ୟ ହଜାଇବେ ନବୀନଙ୍କ ନିଦ !

ଫେରିଲେ ସୌମ୍ୟ ହଜାଇବେ ନବୀନଙ୍କ ନିଦ !

ବ୍ୟାକ କରୁଛନ୍ତି ସୌମ୍ୟ ପଟ୍ଟନାୟକ । ହଜିବ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିଦ । ଗତବର୍ଷ ଅକ୍ଟୋବର ମାସରେ ସମ୍ୱାଦର ସଂପାଦକ ପଦରୁ ସୌମ୍ୟ ଇସ୍ତଫା ଦେଇଥିଲେ କିନ୍ତୁ ସୌମ୍ୟ ପଟ୍ଟନାୟକ 10 ମାସର ବନବାସ ପରେ ଏବେ ପୁଣିଥରେ ସମ୍ୱାଦକୁ ରିଟର୍ଣ୍ଣ କରୁଛନ୍ତି ସୌମ୍ୟ ପଟ୍ଟନାୟକ । ପୂର୍ବର ନବୀନ ସରକାରକୁ ଶାଣିତ ଆକ୍ରମଣ କରିବାରେ ସୌମ୍ୟଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । ନିଜର ଦୁର୍ନିତୀକୁ ଘୋଡାଇବା ପାଇଁ ପୂର୍ବର ବିଜେଡି ସରକାର ସୌମ୍ୟଙ୍କୁ କରିଥିଲେ ହାତବାରିସି । କିନ୍ତୁ ଦୁର୍ନୀତି ସୀମା ଲଙ୍ଘିଲା ପରେ ନିଜର ସମ୍ୱାଦ ପତ୍ର ଜରିଆରେ ମୁହଁ ଖୋଲିଥିଲେ ବରିଷ୍ଠ ସାମ୍ୱାଦିକ ତଥା ପୂର୍ବତନ ବିଜେଡି ନେତା ସୌମ୍ୟ ପଟ୍ଟନାୟକ । 23 ବର୍ଷର ସରକାର ବିରୁଦ୍ଧରେ ମୁହଁ ଖୋଲିଲେ । ଦଳରେ ବିଧାୟକ ଓ ମନ୍ତ୍ରୀଙ୍କ ଅସ୍ତିତ୍ୱକୁ ନେଇ ପ୍ରଶ୍ନ କଲେ । ବିଜେଡିର ସର୍ବେସର୍ବା ବୋଲାଉଥିବା ଭିକେ ପାଣ୍ଡିଆନଙ୍କୁ ବିରୋଧ କଲେ ତା ସାଙ୍ଗକୁ ପ୍ରଶାସନକୁ ଦାୟୀ କରାଇଲେ । ସୌମ୍ୟଙ୍କ ଲେଖାରେ ଭୟଭୀତ ହୋଇଯାଇଥିଲେ ପୂର୍ବର ବିଜେଡି ସରକାର । ଯେଉଁଥିପାଇଁ ମିଛ କାରଣ ଦର୍ଶାଇ ଦଳରୁ ବିତାଡିତ ହେଲେ । ପରନ୍ତୁ ଆଉ କେତେଦିନ ଚୁପ ବସିବେ ସୌମ୍ୟ ପଟ୍ଟନାୟକ । 24 ବର୍ଷର ବିଜେଡି ସାମ୍ରାଜ୍ୟର ପତନ ଘଟିଛି ଏବଂ ରାଜ୍ୟରେ ନୂଆ କରି ସରକାର ଗଢିଛି ଭାରତୀୟ ଜନତା ପାର୍ଟି । ବିଜେଡିର ପତନ ପାଇଁ ସମସ୍ତେ ଭିକେ ପାଣ୍ଡିଆନଙ୍କୁ ଦାୟୀ କରୁଥିବା ବେଳେ ସୌମ୍ୟ ପଟ୍ଟନାୟକ କିନ୍ତୁ ଏଥିପାଇଁ ସିଧା ସିଧା ନବୀନ ପଟ୍ଟନାୟକଙ୍କୁ ଦାୟୀ କରିଥିଲେ । ତେବେ ଦୀର୍ଘ ମାସର ବ୍ୟବଧାନ ପରେ ପୁଣିଥରେ ସମ୍ୱାଦକୁ ଫେରୁଛନ୍ତି ସୌମ୍ୟ ପଟ୍ଟନାୟକ । ନବୀନଙ୍କ ନିଦ ହଜେଇବା ପାଇଁ ହେଲେଣି ସମ୍ପୂର୍ଣ୍ଣ ପ୍ରସ୍ତୁତ । ପୁଣିଥରେ ନିଜର ସଂପାଦକ ମାଧ୍ୟମରେ କରିପାରନ୍ତି ନବୀନଙ୍କୁ ଟାର୍ଗେଟ ।

author

Related Articles

Leave a Reply

Your email address will not be published. Required fields are marked *