ଫେଲ ମାରିଲା ବିଜେପିର ଚ୍ୟାଲେଞ୍ଜ…ନବୀନଙ୍କ ଆଗରେ ପୁଣି ହାରିଲେ ମୋହନ !

ଫେଲ ମାରିଲା ବିଜେପିର ଚ୍ୟାଲେଞ୍ଜ…ନବୀନଙ୍କ ଆଗରେ ପୁଣି ହାରିଲେ ମୋହନ !

ବଦଳୁଛି ସରକାର କିନ୍ତୁ ବଦଳୁନି ସିଷ୍ଟମ । ପୂର୍ବ ମୁଖ୍ୟମନ୍ତ୍ରୀ ଯାହା କରୁଥିଲେ ନୂଆ ମୁଖ୍ୟମନ୍ତ୍ରୀ ବି ସେଇୟା କରୁଛନ୍ତି । ହଁ ଆଜ୍ଞା, ପୂର୍ବ ସରକାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କରୁଥିଲେ ଏବେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ସେଇୟା କରୁଛନ୍ତି । ସେ ଫୋନରେ ସାଧାରଣ ଲୋକଙ୍କ ଦୁଖ ବୁଝିବା ହେଉ ବା କାର୍ଯ୍ୟକ୍ରମ ଗୁଡିକରେ ପେପର ଦେଖି ଅଭିଭାଷଣ ରଖିବା ହେଉ । କୌଣସି ଥିରେ ପରିବର୍ତ୍ତନ ହୋଇଥିବା ଦେଖାଯାଉନି । ନିର୍ବାଚନ ପୂର୍ବରୁ ନବୀନ ଫୋନ ମାଧ୍ୟମରେ ସମସ୍ତଙ୍କୁ ଫୋନ କରି ତାଙ୍କ ସମସ୍ୟା କଣ ପଚାରି ବୁଝୁଥିଲେ । ଆଉ ନବୀନଙ୍କ ଏହି ଷ୍ଟାଇଲ ମୁଖ୍ୟମନ୍ତ୍ରୀ କପି କରିଥିବା ନିକଟରେ ଦେଖିବାକୁ ମିଳିଥିଲା । ଯେଉଁଥିରେ ସେ ଏକ ଛୋଟ ଝିଅ ଏବଂ ତାଙ୍କ ମାଆଙ୍କ ସହ ଫୋନରେ କଥା ହେଉଥିବା ଦେଖିବାକୁ ମିଳିଥିଲା । ଆଉ ଏବେ ନବୀନଙ୍କ ଆଉ ଏକ ଷ୍ଟାଇଲ କୁ ବି ମୋହନ କପି କରିଥିବା ଚର୍ଚ୍ଚା ହେଲା । ଆଉ ଏବେ ନବୀନ ଯେପରି ପେପର ପଢି ଜନସମାବେଶରେ ଅଭିଭାଷଣ ରଖୁଥିଲେ ମୋହନ ମଧ୍ୟ ପେପର ଦେଖି ଅଭିଭାଷଣ ରଖୁଛନ୍ତି । ଆଉ ଏହାକୁ ନେଇ ମୋହନଙ୍କୁ ତୀବ୍ର ସମାଲୋଚନା କରାଯାଉଛି । କାରଣ ପୂବତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଆ କହିପାରୁନଥିଲେ । ଓଡିଶାର ମୁଖ୍ୟମନ୍ତ୍ରୀ ହୋଇ ଓଡିଆ କହିପାରୁନଥିବାରୁ ଅନେକ ସମାଲୋଚନା କରାଯାଉଥିଲା । ଖୋଦ ବିଜେପି ମଧ୍ୟ ବିଜେଡି ସୁପ୍ରିମୋଙ୍କୁ ଚ୍ୟାଲେଞ୍ଜ ଦେଇଥିଲେ ଯେ, ନବୀନ ବାବୁ ପେପର ନଦେଖି ଓଡିଆ କହି ଦେଖାନ୍ତୁ ବୋଲି । କିନ୍ତୁ ଏବେ ନିଜ ଗୋଡରେ ନିଜେ କୁରାଢୀ ମାରିଛି ବିଜେପି । କାରଣ ଓଡିଆ କହୁପାରୁଥିବା , ଲେଖିପାରୁଥିବା ନୂଆ ମୁଖ୍ୟମନ୍ତ୍ରୀ ବି ସେଇ ପେପର ଷ୍ଟାଇଲକୁ କପି କରିଛନ୍ତି । ସବୁ ଜନସମାବେଶରେ ଓଡିଆରେ ସମ୍ବୋଧନ କରିବା ବେଳେ ମଧ୍ୟ ସେ ପେପର ଦେଖି କହୁଛନ୍ତି । ଯାହାକୁ ସାଧାରଣରେ ନାପସନ୍ଦ କରାଯାଉଛି । େତେବେ ଦେଖାଯାଉ ଏହାକୁ ନେଇ ବିଜେପିର ପ୍ରତିକ୍ରିୟା କଣ ରହୁଛି ଏବଂ ପେପର ଦେଖି ପଢିବା ସିଷ୍ଟମ କେବେ ବନ୍ଦ ହେଉଛି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *