ଫ୍ରେଞ୍ଚ୍ ଫ୍ରାଏଜ୍ ଖାଉଥିଲେ ସାବଧାନ

ଫ୍ରେଞ୍ଚ୍ ଫ୍ରାଏଜ୍ ଖାଉଥିଲେ ସାବଧାନ

ଭୁବନେଶ୍ୱର:

ଏବେ ଲୋକେ ଫାଷ୍ଟଫୁଡ଼, ଫ୍ରାଏଡ ଫୁଡ ପ୍ରତି ଅଧିକ ଆକର୍ଷିତ ହେଉଥିବାର ଦେଖାଯାଉଛି | ଏହି କ୍ରମରେ ପିଲାଠୁ ବୁଢା ସମସ୍ତଙ୍କର ଏବେ ପ୍ରିୟ ଖାଦ୍ୟ ପାଲଟିଛି ଫ୍ରେଞ୍ଚ ଫ୍ରାଏଜ | ଫ୍ରେଞ୍ଚ ଫ୍ରାଏଜ ମାନସିକ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ ବୋଲି ନିକଟରେ ଏକ ଅଧ୍ୟୟନରୁ ପ୍ରକାଶ ପାଇଛି | ଏହି ଅଧ୍ୟୟନରେ ଆହୁରି ମଧ୍ୟ କୁହାଯାଇଛି ଯେ, ଫ୍ରେଞ୍ଚ ଫ୍ରାଏଜ ଅବସାଦ ଏବଂ ଉଦବେଗକୁ ଅଧିକ ବଢ଼ାଇ ଦେଇଥାଏ | ଚୀନ ହାଙ୍ଗଝୁର ଏକ ବିଶେଷଜ୍ଞ ଦଳ ଜାଣିବାକୁ ପାଇଛନ୍ତି ଯେ, ଯେଉଁମାନେ ଛଣାଛଣି ଖାଦ୍ୟ ପଦାର୍ଥ ଠାରୁ ଦୁରେଇ ରୁହନ୍ତି ସେମାନଙ୍କ ତୁଳନାରେ ନିୟମିତ ଛଣାଛଣି ଖାଦ୍ୟ ଖାଉଥିବା ଲୋକେ ବିଶେଷ କରି ଛଣା ଆଳୁ ଖାଉଥିବା ବ୍ୟକ୍ତିଙ୍କ ଥରେ ଉଦବେଗ ଏବଂ ଅବସାଦ ଭଳି ମାନସିକ ରୋଗ ଅଧିକ ଦେଖିବାକୁ ମିଳିଥାଏ | ଏହି ଅଧ୍ୟୟନରେ ରିପୋର୍ଟ ପିଏନଏଏସ ନ୍ୟାସନାଲ ଏକାଡେମୀ ଅଫ ସାଇ ପ୍ରକାଶିତ ହୋଇଛି | ସାଇନ୍ସିରେ ପ୍ରକାଶିତ ହୋଇଛି | ଦୀର୍ଘ ୧୧ ବର୍ଷ ଧରି ୧,୪୦,୭୨୮ ଲୋକଙ୍କ ଉପରେ ଏହି ଅଧ୍ୟୟନ କରାଯାଇଥିଲା | ତେବେ ଏହା ପୂର୍ବରୁ ହୋଇଥିବା ଅଧ୍ୟୟନରୁ କୁପୋଷଣରୁ ମଧ୍ୟ ଅବସାଦ ସ୍ଥିତି ଉପୁଜିପାରେ ବୋଲି କୁହାଯାଇଥିଲା | ଯୁବପିଢ଼ି ଛଣାଛଣି ଖାଇବା ଦ୍ୱାରା ଏହା କିପରି ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ ତାହା ଏହି ଅଧ୍ୟୟନରୁ ଏବେ ସୃଷ୍ଟି ହୋଇଛି |

author

Related Articles

Leave a Reply

Your email address will not be published. Required fields are marked *