ବାଉଳା ହେଲେଣି ବବି!

ବାଉଳା ହେଲେଣି ବବି!

ପଦ ଯିବାପରେ ପରେ ବାଉଳା ହେଲେଣି ବବି ? କହୁଛନ୍ତି ମୁଁ ଜେଲ ଯିବାକୁ ରଜି ଅଛି | ନିକଟରେ ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ଏକ ସାଧାରଣ ସଭାରେ ଯେଉଁପରି ବୟାନ ଦେଇଛନ୍ତି . ତାକୁ ନେଇ ଏବେ ଚର୍ଚ୍ଚା ଥମିବାରେ ନାଁ ଧରୁନି | ସଭାରେ ସମସ୍ତଙ୍କ ଆଗରେ ବବି କହୁଛନ୍ତି, ମତେ ଜେଲ ରେ ପୂରେଇଦିଅ ମୁଁ ଜେଲ ଯିବାକୁ ରଜିଅଛି | ଯାଜପୁରର ଉନ୍ନତି ପାଇଁ ମୁଁ ସବୁ ବେଳେ କାମ କରିଛି | ଏହି ଟା ଯଦି ଭୁଲ ମୁ ବାରମ୍ବାର କରିବି | ଏଥିପାଇଁ ମତେ ଫାଶୀରେ ଝୁଲେଇଲେ ବି ମୁଁ ରାଜି ଅଛି |

ତେବେ ଏହାରି ଭିତରେ ଯାଜପୁର ରେ ଉପନିର୍ବାଚନ ହେବ ବୋଲି ଚର୍ଚ୍ଚା ଜୋର ଧରିଥିଲା | ଆଉ ପୁଣି ଠାରେ ବବି ବିଧାନସଭା କୁ ଫେରିବେ ବୋଲି କୁହାଯାଉଥିଲା |ପରେ ଏହାକୁ ଖଣ୍ଡନ କରିଥିଲେ ଯାଜପୁରର ବର୍ତମାନର ବିଧାୟିକା ସୁଜାତା ସାହୁ | କିନ୍ତୁ ବର୍ତମାନ ଏକ ସାଧାରଣ ସଭାରେ ବବି ଦେଇଥିବା ଭାଷଣକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି |ଯେଉଁଠି ବବି କହିଛନ୍ତି ଯାହା କଲେବି ମତେ ନବୀନ ପଟ୍ଟନାୟକଙ୍କ ପାଖରୁ କେହି ଅଲଗା କରିପାରିବେ ନାହିଁ । ତେବେ ନିର୍ବାଚନ ପୂର୍ବରୁ ବବି ଯେଉଁପରି ଦବଦାବ ଥିଲା । ତାଙ୍କୁ ନେଇ ଜୋରଦାର ଚର୍ଚ୍ଚା ହେଉଥିଲା । କିନ୍ତୁ ନିର୍ବାଚନ ପରେ ପରାଜୟର ସ୍ଵାଦ ଚାଖିଲା ବିଜେଡି । ସେଇଥି ଲାଗି ତ ବବି ଓ ପାଣ୍ଡିଆନଙ୍କୁ ପଦରୁ ହଟାଇବାକୁ ଖୋଲାଖୋଲି ଭାବରେ ବରିଷ୍ଠ ନେତା ନବୀନଙ୍କୁ କହିଥିଲେ ।

author

Related Articles

Leave a Reply

Your email address will not be published. Required fields are marked *