ବକ୍ସ ଅଫିସରେ ଫେଲ ମାରୁଛି କଙ୍ଗନାଙ୍କ ସିନେମା ତେଜସ

 ବକ୍ସ ଅଫିସରେ ଫେଲ ମାରୁଛି କଙ୍ଗନାଙ୍କ ସିନେମା ତେଜସ

ବକ୍ସ ଅଫିସରେ ଫେଲ ମାରିଛି କଙ୍ଗନା ରାଣାୱତଙ୍କ ଫିଲ୍ମ ତେଜସ୍ । ବିବାଦୀୟ ବୟାନ ଦେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି କଙ୍ଗନା । ୪୫ କୋଟି ଟଙ୍କା ବିନିଯୋଗରେ ତିଆରି ହୋଇଥିବା ଏହି ସିନେମାର ଦ୍ୱିତୀୟ ଦିନ କଲେକସନ ଦେଖିବା ପରେ ଅନୁମାନ କରାଯାଉଛି କି ଏହା ଖର୍ଚ୍ଚ ହୋଇଥିବା ଟଙ୍କା ବିନିମୟ କରିପାରିବ ନାହିଁ । ଅକ୍ଟୋବର ୨୭ ତାରିଖରେ ରିଲିଜ ହୋଇଥିବା ଏହି ସିନେମା ଦୁଇଦିନରେ ମାତ୍ର ୩ କୋଟି ଟଙ୍କା ରୋଜଗାର କରିପାରିଛି । ରିଲିଜର ପ୍ରଥମ ଦିନରେ ସିନେମା ୧.୨୫ କୋଟି ଟଙ୍କା ବ୍ୟବସାୟ କରିଥିଲା । ସେହିଭଳି ଦ୍ୱିତୀୟ ଦିନରେ ମଧ୍ୟ ୧.୨୫ କୋଟି ଟଙ୍କା ବ୍ୟବସାୟ କରିଛି । ଏହାକୁ ମିଶାଇ ସିନେମାଟି ଏପର୍ଯ୍ୟନ୍ତ ୨.୫୦ କୋଟି ଟଙ୍କା ବ୍ୟବସାୟ କରିଛି । ସର୍ବେଶ ମେୱାରାଙ୍କ ନିର୍ଦ୍ଦେଶନାରେ କଙ୍ଗନା ରାଣାୱତଙ୍କ ଅଭିନୀତ ସିନେମା ତେଜସ୍ ନିର୍ମାଣ ହୋଇଛି । ଏହି ସିନେମାରେ ଜଣେ ପାଇଲଟ ତେଜସଙ୍କ କାହାଣୀ କୁହାଯାଇଛି । ତେଜସ ସିନେମାକୁ ନେଇ କଙ୍ଗନା ବହୁତ କିଛି ଆଶା କରିଥିବା ବେଳେ ଏବେ ତାଙ୍କର ସମସ୍ତ ଆଶା ମଉଳି ଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *