ବଜେଟକୁ ନେଇ କଂଗ୍ରେସର କଟାକ୍ଷ

ବଜେଟକୁ ନେଇ କଂଗ୍ରେସର କଟାକ୍ଷ

୨୦୨୪ ବଜେଟ୍ ଉପସ୍ଥାପନକୁ ନେଇ ସବୁଠି ତର୍କ ବିତର୍କ ଆରମ୍ଭ ହୋଇଛି । ଲୋକସଭାରେ ବଜେଟ ଉପସ୍ଥାପନ ହେବା ପରେ ଏହାକୁ ନେଇ ରାଜନୈତିକ ମାହୋଲ ସରଗରମ ରହିଛିା କେନ୍ଦ୍ର ସରକାରଙ୍କ ବଜେଟକୁ ନେଇ ସମାଲୋଚନା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଖଡଗେ ଚଳିତ ଲୋକସଭାର ବଜେଟ ଅଧିବେଶନରେ ନିର୍ମଳା ସିତାରମଣ କରିଥିବା ଘୋଷଣା ତଥା ଅନୁଦାନଗୁଡିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ୨୦୨୪-୨୫ ବଜେଟରେ ବିହାର ଓ ଆନ୍ଧ୍ରପ୍ରଦେଶ ଦୁଇ ରାଜ୍ୟକୁ ଛାଡିଦେଲେ ଅନ୍ୟ ରାଜ୍ୟଗୁଡିକ ପାଇଁ ଅନୁଦାନର ପାତ୍ର ଶୂନ୍ୟ ରହିଛି । ସରକାର କେବଳ ତୁଷ୍ଟିକରଣ ନୀତି ଅନୁସରଣ କରୁଛନ୍ତି ଓ ସରକାର ଅନ୍ୟ କୌଣସି ରାଜ୍ୟ ଉପରେ ଗୁରୁତ୍ୱାରୋପ କରୁନାହାନ୍ତି ବୋଲି କହିଛନ୍ତି ମଲ୍ଲିକାର୍ଜୁନ ଖଡଗେ ।

author

Related Articles

Leave a Reply

Your email address will not be published. Required fields are marked *