ବଜେଟରେ ଇଲେକ୍ଟ୍ରିକ ବସ

ବଜେଟରେ ଇଲେକ୍ଟ୍ରିକ ବସ

ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଉପସ୍ଥାପନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଚାଲିଥିବା ସରକାରର ଦ୍ୱିତୀୟ ପାଳିର ବଜେଟ ଉପସ୍ଥାପିତ ହୋଇଛି । ଏହି କ୍ରମରେ ଅର୍ଥମନ୍ତ୍ରୀ ଅନେକଗୁଡିଏ ଘୋଷଣା କରିଛନ୍ତି । ତାହା ମଧ୍ୟରେ ଇଲେକ୍ଟ୍ରିକ୍ ଗାଡିକୁ ନେଇ ଅର୍ଥମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଅର୍ଥମନ୍ତ୍ରୀ କହିଛନ୍ତି କି, ଆମ ସରକାର ଦେଶରେ ମଜବୁତ ଇଲେକ୍ଟ୍ରିକ୍ ଭେଇକିଲ ଇକୋସିଷ୍ଟମ ବିକଶିତ କରିବା ଉପରେ କାମ କରୁଛନ୍ତି । ଆଗାମୀ ଦିନରେ ସରକାର ବିଦ୍ୟୁତ୍ ଚାଳିତ ଯାନର ବିସ୍ତାର ଓ ସୁଦୃଢିକରଣ କରିବେ । ଇଲେକ୍ଟ୍ରିକ ଯାନର ନିର୍ମାଣ ଓ ଚାର୍ଜିଂକୁ ସହାୟତା କରୁଥିବା ଇକୋ ସିଷ୍ଟମ ନିର୍ମାଣ ଉପରେ ବଜେଟରେ ଗୁରୁତ୍ୱ ଦିଆଯାଇଛି । ସାର୍ବଜନୀନ ପରିବହନ ପାଇଁ ଇଲେକ୍ଟ୍ରିକ୍ ବସକୁ ଅଧିକରୁ ଅଧିକ ଚଳାଇବା ନେଇ ପ୍ରୋତ୍ସାହନ ଦେବାକୁ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *