ବଜେଟ ଅଧିବେସନରେ ନିଜ ଅଭିଭାଷଣ ରଖିଲେ ମୋଦି

ବଜେଟ ଅଧିବେସନରେ ନିଜ ଅଭିଭାଷଣ ରଖିଲେ ମୋଦି

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୪ର ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ବଜେଟ ଅଧିବେସନରେ  ଅଭିଭାଷଣ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ନିର୍ମଳା ସୀତାରମଣ ବଜେଟ୍ ଅଭିଭାଷଣରେ ଟିକସରେ କୌଣସି ପରିବର୍ତ୍ତନ ପ୍ରସ୍ତାବ ଦେଇନାହାନ୍ତି। ଆମଦାନୀ ଶୁଳ୍କ ସମେତ ପ୍ରତ୍ୟକ୍ଷ ଓ ପରୋକ୍ଷ ଟିକସ ପାଇଁ ପ୍ରଚଳିତ ଟିକସ ହାରକୁ ବଜାୟ ରଖିବାକୁ ସୀତାରମଣ ପ୍ରସ୍ତାବ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଏହି ବଜେଟ୍ ବିକଶିତ ଭାରତ ଉଦ୍ଦେଶ୍ୟରେ ସମର୍ପିତ ହୋଇଛି । ମୋଦୀ ତାଙ୍କ ଅଭିଭାଷଣରେ କହିଛନ୍ତି, ‘ଏହି ଅନ୍ତରୀଣ ବଜେଟ୍ ସମୃଦ୍ଧ ଏବଂ ଅଭିନବ। ତଥା ନିରନ୍ତରତାର ଏକ ପ୍ରତିଶ୍ରୁତି । ଏଥିରେ ବିକଶିତ ଭାରତର ୪ଟି ସ୍ତମ୍ଭ ଯଥା ଯୁବକ, ଗରିବ, ମହିଳା ଓ କୃଷକ ସଶକ୍ତ ହେବେ।

author

Related Articles

Leave a Reply

Your email address will not be published. Required fields are marked *