ବଜେଟ 2026 ଓଡିଶାକୁ ବଡ ଭେଟି…

ବଜେଟ 2026  ଓଡିଶାକୁ ବଡ ଭେଟି…

ବଜେଟ୍‌ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନବମ ବଜେଟ୍‌ । ସଂସଦରେ ବଜେଟ୍‌ ୨୦୨୬-୨୭ ଆଗତ କରିଛନ୍ତି ନିର୍ମଳା ସୀତାରମଣ ।  ବିଗତ ୧୧ ବର୍ଷର ଆର୍ଥିକ ଅଭିବୃଦ୍ଧି ନେଇ ରଖିଲେ ତଥ୍ୟ। ତେବେ ଏହି କେନ୍ଦ୍ରୀୟ ବଜେଟରେ ଓଡିଶା ପାଇଁ ଏକ ଖୁସି ଖବର ଆସିଛି । ଦେଶର ଶିଳ୍ପ ଓ ଭିତ୍ତିଭୂମି ବିକାଶକୁ ଏକ ନୂଆ ଦିଶା ଦେବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ‘ଖଣିଜ କରିଡର’ ନିର୍ମାଣ ନେଇ ବଡ଼ ଘୋଷଣା କରିଛନ୍ତି । ଓଡିଶାରେ ନିର୍ମାଣ ହେବ ଖଣିଜ କରିଡର । ଏହି ମହତ୍ତ୍ୱାକାଂକ୍ଷୀ ଯୋଜନାରେ ଓଡ଼ିଶା ସମେତ ଦେଶର ୫ଟି ପ୍ରମୁଖ ରାଜ୍ୟକୁ ସାମିଲ କରାଯାଇଛି । ଅର୍ଥମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼, ତାମିଲନାଡୁ ଏବଂ କେରଳରେ ଏହି ଖଣିଜ କରିଡର ପ୍ରତିଷ୍ଠା କରାଯିବ । ଏହି କରିଡରଗୁଡ଼ିକ ବିଶେଷ କରି ଖଣିଜ ସମ୍ପଦ ଭରପୂର ଅଞ୍ଚଳଗୁଡ଼ିକୁ ଶିଳ୍ପାଞ୍ଚଳ ଏବଂ ବନ୍ଦର ସହିତ ସିଧାସଳଖ ଯୋଡ଼ିବ । ଏହାଦ୍ୱାରା ଖଣିଜ ଦ୍ରବ୍ୟର ପରିବହନ ବ୍ୟବସ୍ଥା ସହଜ ହେବ ।

author

Related Articles

Leave a Reply

Your email address will not be published. Required fields are marked *