ବଜ୍ରାଘାତରୁ ସୁରକ୍ଷା ଦେବ ତାଳ ଗଛ !

ବଜ୍ରାଘାତରୁ ସୁରକ୍ଷା ଦେବ ତାଳ ଗଛ !

ବଜ୍ରଘାତରୁ ସୁରକ୍ଷା ଦେବ ତାଳଗଛ । ତାଳଗଛ କାଟିବା ପାଇଁ ଲାଗୁହେଲା କଟକଣା । ଏଣିକି ତାଳଗଛ କାଟିବାପାଇଁ ବନ୍ୟ ବିଭାଗ ର ଅନୁମତି ଆବଶ୍ୟକ। ଦିନକୁଦିନ ଜଳବାୟୁ ପରିବର୍ତ୍ତନ ସହିତ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଘଟୁଥିବାବେଳେ ଅଦିନିଆ ବଜ୍ର ଘାତରେ ଅନେକ ଧନ ଜୀବନ ନଷ୍ଟ ହେବାରେ ଲାଗିଛି । ଏହାକୁ ରୋକିବାପାଇଁ ତାଳଗଛ ନେବ ମୁଖ୍ୟ ଭୂମିକା । ଏହାସହିତ ବର୍ଷା ଦିନେ ହାତୀ ମାନଙ୍କ ଖାଦ୍ୟ ଅଭାବ ଦୂର କରିବ ତାଳଗଛ । ଏଣୁ ଜଙ୍ଗଲ ଓ ପରିବେଶ ବିଭାଗ ତାଳଗଛ କାଟିବାରେ କଟକଣା ଲାଗୁ କରିବା ସହିତ ଚଳିତ ବର୍ଷ ଅନେକ ତାଳ ଗଛ ଲଗାଇବାପାଇଁ ନିଷ୍ପତି ନେଇଛି । ଏନେଇ ବନ୍ୟ ବିଭାଗ ଲୋକମାନଙ୍କୁ ସଚେତନ କରାଇବା ସହିତ ଗଛ ଲଗାଇବା ପାଇଁ ପରାମର୍ଶ ଦେଉଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *