ବଡଦାଣ୍ଡରୁ ଗଡିଲା ରଥ…

ବଡଦାଣ୍ଡରୁ ଗଡିଲା ରଥ…

ଆଜି ହେଉଛି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାର ଦ୍ୱିତୀୟ ଦିନ । ବଡଦାଣ୍ଡ ସତେ ଆଜି ଜନ ସମୁଦ୍ରରେ ପରିଣତ ହୋଇଛି । ଦ୍ୱିତୀୟ ଦିନରେ ଚତୁର୍ଦ୍ଧା ମୂରତିଙ୍କ ନୀତିକାନ୍ତି ଶେଷ ପରେ ଗଡିଲାଣି ବଡଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ । ମଝିରେ ମାଆ ଶୁଭଦ୍ରାଙ୍କ ଦେବଦଳନ ରଥ ଆସୁଥିବା ବେଳେ ପଛେ ପଛେ ଆସୁଛି କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥ । ମହାପ୍ରଭୁଙ୍କ ରଥକୁ ଟାଣି ନେଉଛନ୍ତି ଶ୍ୱେତ ଘୋଡା । ୩ ରଥକୁ ଟାଣି ନେଉଛନ୍ତି ଅସଂଖ୍ୟ ଭକ୍ତ । ସମସ୍ତେ ରଥ ଦୁଇକୁ ଟାଣି ନେବା କ୍ରମରେ ସ୍ୱୟଂଙ୍କୁ ପାଶୋରି ଯାଇଛନ୍ତି । ଘୋର ର୍ଘଘର ନାଦରେ ଗଡିଚାଲିଛି ରଥ ।

author

Related Articles

Leave a Reply

Your email address will not be published. Required fields are marked *