ବଡ଼ଦିନ ଉପଲକ୍ଷେ ୨ ଟନ୍ ପିଆଜରେ ସାଣ୍ଟା

ବାଲିରେ ବାଲିରେ ସାଣ୍ଟା କ୍ଲଜ । ବଡ ଦିନ ଉପଲକ୍ଷେ ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରର ସାଣ୍ଟା କ୍ଲଜ ତିଆରି କରାଯାଇଛି । କେଉଁଠି ୧୨ ହଜାର ପାନପତ୍ର ବ୍ୟବହାର କରି ସାଣ୍ଟା ତ୍ଲଜ ତିଆରି କରାଯାଇଛି ତ ଆଉ କେଉଁଠି ପିଆଜରେ ସାଣ୍ଟା ପ୍ରସ୍ତୁତ କରାଯାଇଥିବା ଦେଖିବାକୁ ମିଳିଛି । ପୁରୀ ବାଲୁକା ବେଳାଭୂମିରେ ୨ ଟନ୍ ପିଆଜରେ ୧୦୦ ଫୁଟ୍ ଲମ୍ବର ସାଣ୍ଟା ତିଆରି କରାଯାଇଛି । ଆନ୍ତର୍ଜାତୀୟ ଖ୍ୟାତି ସମ୍ପଣ୍ଣ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏହାକୁ ତିଆରି କରି ୱାଲ୍ଡ ରେକର୍ଡ ସୃଷ୍ଟି କରିଛନ୍ତି । ୨୦ଫୁଟ୍ ଉଚ୍ଚତା ଏବଂ ୪୦ ଫୁଟ୍ ଓସାର ବିଶିଷ୍ଟ ଏହି ସାଣ୍ଟା ପାଇଁ ତାଙ୍କୁ ୱାଲ୍ଡ ବୁକ୍ ଅଫ୍ ରେକର୍ଡସ ତରଫରୁ ସମ୍ମାନିତ ମଧ୍ୟ କରାଯାଇଛିି । ସୁଦର୍ଶନ ପଟ୍ଟନାୟକଙ୍କ ସହ ୩୨ ଜଣ ଛାତ୍ରଛାତ୍ରୀଙ୍କ ଦ୍ୱାରା ନିର୍ମିତ ଏହି ସାଣ୍ଟା ବିଶ୍ୱର ସବୁଠୁ ବଡ ସାଣ୍ଟା ରେ ପରିଗଣିତ ହୋଇଛି । ଏହାକୁ ତିଆରି କରିବାକୁ ୮ ଘଣ୍ଟା ସମୟ ଲାଗିଥିଲା । ଏଥିରେ ମେରୀ ଖ୍ରୀଷ୍ଟମାସ ଲେଖାଯିବା ସହ ଗଛ ଉପହାର ଦେବା ପାଇଁ ଏକ ସୋସିଆଲ ମେସେଜ ଦିଆଯାଇଛି

author

Related Articles

Leave a Reply

Your email address will not be published. Required fields are marked *