ବଢ଼ୁଛି ଭାରତ-ମାଳଦ୍ୱୀପ ବିବାଦ; ମାଳଦ୍ୱୀପରୁ ମୁହଁ ଫେରାଇଲେ ଭାରତୀୟ ପର୍ଯ୍ୟଟକ

ବଢ଼ୁଛି ଭାରତ-ମାଳଦ୍ୱୀପ ବିବାଦ; ମାଳଦ୍ୱୀପରୁ ମୁହଁ ଫେରାଇଲେ ଭାରତୀୟ ପର୍ଯ୍ୟଟକ

ବଢୁଛି ଭାରତ-ମାଳଦ୍ୱୀପ ବିବାଦ । ବିବାଦ ପରେ ଭାରତୀୟ ପର୍ଯ୍ୟଟକମାନେ ମାଳଦ୍ୱୀପରୁ ମୁହଁ ଫେରାଉଛନ୍ତି । ହଜାର ହଜାର ଭାରତୀୟ ପର୍ଯ୍ୟଟକ ମାଳଦ୍ୱୀପ ବୁକିଂ ବାତିଲ କରୁଛନ୍ତି । ଏଥିଯୋଗୁଁ ଚିନ୍ତାରେ ସେଠାକାର ସରକାର। ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଜ ମୁଇଜୁ ଚୀନର ସହାୟତା ଲୋଡିଛନ୍ତି । ଚୀନକୁ ଅଧିକ ପର୍ଯ୍ୟଟକ ପଠାଇବା ପାଇଁ ମାଳଦ୍ୱୀପ ଅନୁରୋଧ କରିଛି । ପର‌୍ୟ୍ୟଟନର ବୃଦ୍ଧି ପାଇଁ ଦୁଇ ଦେଶ ମଧ୍ୟରେ ୫୦ ମିଲିୟନ ଡଲାରର ଏକ ରାଜିନାମା ସ୍ୱାକ୍ଷରିତ ହୋଇଥିବା ସୂଚନା ମିଳିଛି ।

ମାଳଦ୍ୱୀପ ମନ୍ତ୍ରୀମାନଙ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେବା ପରଠାରୁ ହଜାର ହଜାର ଭାରତୀୟ ବୁକିଂ ବାତିଲ କରୁଛନ୍ତି । ଗତବର୍ଷ ଭାରତରୁ ପ୍ରାୟ ଦୁଇ ଲକ୍ଷରୁ ଅଧିକ ପର‌୍ୟ୍ୟଟକ ମାଳଦ୍ୱୀପ ବୁଲିବାକୁ ଯାଇଥିଲେ । ଏବେ ଭାରତୀୟ ପର୍ଯ୍ୟଟକମାନେ ମାଳଦୀପ ବଦଳରେ ଲାକ୍ଷାଦୀପ ଯିବା ପାଇଁ ଆଗ୍ରହ ପ୍ରକାଶ କଲେଣି ।ସେପଟେ ଲାକ୍ଷାଦୀପରେ ପର୍ଯ୍ୟଟନର ବିକାଶ ପାଇଁ ମୋଦୀ ସରକାର ମାଷ୍ଟର ପ୍ଲାନ କରିଛନ୍ତି । ଲକ୍ଷାଦ୍ୱୀପରେ ନିର୍ମାଣ ହେବ ନୂଆ ବିମାନ ବନ୍ଦର । ଏହି ନୂତନ ବିମାନ ବନ୍ଦର ଉଭୟ ସାମରିକ ଓ ବେସାମରିକ ଅପରେସନ ପାଇଁ ବ୍ୟବହୃତ ହେବ । ଆରବ ସାଗର ଓ ହିନ୍ଦ ମହାସାଗରରେ ପ୍ରତିରକ୍ଷା କ୍ଷେତ୍ର ସୁଦୃଢ କରିବାକୁ କେନ୍ଦ୍ର ସରକାର ଏଭଳି ପଦକ୍ଷେପ ହାତକୁ ନେବାକୁ ଯାଉଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *