ଖୁବଶୀଘ୍ର ଫେରୁଛନ୍ତି ନବୀନ । ପୁଣି ଶାସନ ଗାଦିରେ ବସିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନୂଆ ସରକାରକୁ ଆସିବାର ୫ ମାସ ପରେ ବି ଏ ଚର୍ଚ୍ଚା ରାଜ୍ୟରେ ଚାଲିଛି । ନୂଆ ସରକାରଙ୍କ ଶାସନ ବ୍ୟବସ୍ଥା ଦେଖିବା ପରେ ସାଧାରଣ ଲୋକମାନେ ବିଜେଡିକୁ ପୁଣି ଚାହୁଁଥିବା ମତପ୍ରକାଶ କରୁଛନ୍ତିା ଏବଂ ନବୀନଙ୍କୁ ଝୁରି ହେଉଛନ୍ତି । ଆଉ ଏବେ ତ ବିଜେଡି ନେତାମାନେ ବିଜେଡି ଖୁବଶୀଘ୍ର ସରକାରକୁ ଫେରି ଆସୁଥିବା ଦୃଢୋକ୍ତି ପ୍ରକାଶ କରୁଛନ୍ତି । ଯାହାକୁ ନେଇ ଏବେ ରାଜ୍ୟ ରାଜନୀତିରେ ଚହଳ ପଡିଛି । ଏବଂ ଏହି ପ୍ରସଙ୍ଗକୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ ହେଉଛନ୍ତି । ତେବେ ଏ ଚର୍ଚ୍ଚା ବିଜେପି ନେତାଙ୍କ ମଧ୍ୟରେ କନ୍ଦଳକୁ ନେଇ ମଧ୍ୟ ଉଠୁଛି । କାରଣ ବିଜେପି ରାଜ୍ୟରେ ସରକାର ଗଢିଛି ସତ କିନ୍ତୁ ଦିଲ୍ଲୀ ନେତାମାନେ ଏବେ ବି ନବୀନଙ୍କୁ ହତାଦାର କରିବାକୁ ଚାହୁଁନଥିବା ରାଜନୈତିକ ସମୀକ୍ଷକମାନେ ଆକଳନ କରୁଛନ୍ତି । ଏବଂ କେନ୍ଦ୍ର ସରକାର ବାରମ୍ବାର ନବୀନଙ୍କ ଯୋଜନାକୁ ଶ୍ରେୟ ଦେବା ସହ ତାଙ୍କୁ ସମ୍ମାନ ଜଣାଉଛନ୍ତି । କିନ୍ତୁ ରାଜ୍ୟ ବିଜେପି ନେତା ଏହାକୁ ସହ୍ୟ କରିପାରୁନାହାନ୍ତି । ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ବିଜେପି ନେତୃବୃନ୍ଦ ବାରମ୍ବାର ନବୀନଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିବାକୁ ଚେଷ୍ଟା କରୁଛନ୍ତି । ଏବଂ ରାଜ୍ୟରେ ନିଜ ଆଧିପତ୍ୟ ବିସ୍ତାର କରିବାକୁ ଚେଷ୍ଟା କରୁଛନ୍ତି । ଏଥିପାଇଁ କେତେବେଳେ ନବୀନଙ୍କ ସିକ୍ୟୁରିଟିକୁ କୋହଳ କରୁଛନ୍ତି ତ ଆଉ କେତେବେଳେ ତାଙ୍କ ବିରୁଦ୍ଧରେ ବିଜେଡି ନେତାଙ୍କୁ ଉସକାଇ ନିଜ ଦଳରେ ସାମିଲ କରୁଛନ୍ତି । ଏବଂ ଏଥିରୁ ବିଜେଡି ଖାଲି ହୋଇଯିବ ବୋଲି ଭାବୁଛନ୍ତିା ଏପରିକି ସରକାରକୁ ଆସିବାର ୫ ମାସ ପରେ ବି ନିଜ ସପକ୍ଷରେ କମ୍ ଏବଂ ବିଜେଡି ବିପକ୍ଷରେ ପ୍ରଚାର ପ୍ରସାର କରୁଛନ୍ତି । ଏବଂ ସାଧାରଣ ଲୋକଙ୍କ ମନରେ ବିଜେଡି ବିରୁଦ୍ଧରେ ଭ୍ରାନ୍ତ ଧାରଣା ସୃଷ୍ଟି କରୁଛନ୍ତି କିନ୍ତୁ ନବୀନଙ୍କ ଦୂରଦୃଷ୍ଟି ଯେ କେତେ ପ୍ରଖର ତାହା ବିଜେପି ନେତା ଜାଣିନାହାନ୍ତି । କାହିଁକି ନା ଏବେ ବି ନବୀନଙ୍କ ଲୋକପ୍ରିୟତା କମିନି । ବିରୋଧୀ ଆସନରେ ବସିବା ପରେ ବି ଓଡିଶାବାସୀ ତାଙ୍କୁ ହିଁ ମୁଖ୍ୟମନ୍ତ୍ରୀ ଭାବୁଛନ୍ତି । ବିଜେପି ନବୀନଙ୍କ ବିରୁଦ୍ଧରେ ଯେତେ ରଣନୀତି ପ୍ରସ୍ତୁତ କଲେ ମଧ୍ୟ ତାହା ବିଜେଡି ଉପରେ କିଛି ପ୍ରଭାବ ପକାଇବନି ଏବଂ ଏହା ଦଳ ପାଇଁ ବହୁତ ଭଲ ବୋଲି ତାହା ବିଜେପି ନେତାଙ୍କ ଆକଳନ ବାହାରେ । ଅନ୍ୟପଟେ ନବୀନ ମଧ୍ୟ ଚୁପ ହୋଇ ରହିଛନ୍ତି । ଏବଂ ସଠିକ ସମୟକୁ ଅପେକ୍ଷା କରିଛନ୍ତି । ତେବେ ଦେଖାଯାଉ ଆଗକୁ ରାଜନୈତିକ ପାଣିପାଗରେ କେଉଁ ମୋଡ ଆସୁଛି ଏବଂ ସରକାରରେ ି ପରିବର୍ତନ ଆସୁଛି ନା ନାହିଁ ତାହା ଦେଖିବାକୁ ଅପେକ୍ଷା ।
You can share this post!
author