ବଢିଚାଲିଛି ଚୀନ ନିମୋନିଆ, ଆକ୍ରାନ୍ତ ହେଉଛନ୍ତି ଛୋଟ ପିଲା

ବଢିଚାଲିଛି ଚୀନ ନିମୋନିଆ, ଆକ୍ରାନ୍ତ ହେଉଛନ୍ତି ଛୋଟ ପିଲା

ବଢିଚାଲିଛି ଚୀନର ସଂକ୍ରମଣ ରୋଗ ନିମୋନିଆ ଭାଇରାଲ । ଏହି ଭାଇରାଲରେ ସାଧାରଣତଃ ଛୋଟ ପିଲା ମାନେ ବିଶେଷ ଭାବରେ ଆକ୍ରାନ୍ତ ହେଉଥିବା ବେଳେ ପିଲା ମାନେ ଅତ୍ୟଧିକ ପ୍ରଭାବିତ ହେଉଛନ୍ତି । ପୁଲା ମାନେ ସଂକ୍ରମିତ ହୋଇ ଚାଇନାର ଅନେକ ଶିଶୁ ଡାକ୍ତରଖାନାରେ ଭର୍ତ୍ତି ହୋଉଛନ୍ତି । ନିମୋନିଆ ସହ ଚୀନରେ ବଢିଛି ଶ୍ୱାସଜନିତ ରୋଗ । ଶୀତ ଓ ବସନ୍ତ ଋତୁରେ ଏହା ଶିଶୁମାନଙ୍କୁ ଭୟଙ୍କର ଭାବେ ଆକ୍ରାନ୍ତ କରିପାରେ ବୋଲି ବେଜିଂ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ସତର୍କ କରାଇଛନ୍ତି । ଭାରତ ଚୀନର ପଡୋଶୀ ହୋଇଥିବାରୁ ଏହା ଭାରତକୁ ଆସିବାର ସମ୍ଭାବନା ବହୁତ ରହିଛି। ଏନେଇ ସତର୍କ ରହିବାକୁ ଆଡଭାଇଜରି ଜାରି କରିଛନ୍ତି କେନ୍ଦ୍ର ସରକାର । ଜନସ୍ବାସ୍ଥ୍ୟ ଓ ଡାକ୍ତରଖାନାରେ ପ୍ରସ୍ତୁତି ନେଇ ସମୀକ୍ଷା କରିବା ସହ ଆବଶ୍ୟକ ସରଞ୍ଜାମ ସହ ପ୍ରସ୍ତୁତ ରହିବାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖି ପରାମର୍ଶ ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ।କୋଭିଡ -୧୯ ସମୟରେ ଯେଭଳି ପଦକ୍ଷେପ ନିଆଯାଇଥିଲା ସେଭଳି ପ୍ରସ୍ତୁତି କରିବାକୁ ପରାମର୍ଶ ଦିଆଯାଇଛି । ଚାଇନିଜ ଭାଇରାଲ ନିମୋନିଆ ମାରାତ୍ମକ ନୁହେଁ ବୋଲି ବିଶେଷଜ୍ଞ କହୁଥିବା ବେଳେ ଏଥିପାଇଁ ସତର୍କତା ଅବଲମ୍ବନ କରିବା ଉଚିତ ବୋଲି କହିଛନ୍ତି।

author

Related Articles

Leave a Reply

Your email address will not be published. Required fields are marked *