ବଢିଲାଣି କନ୍ଦଳ ବିଜେଡି ଛାଡିବେ ଦେବୀ ମିଶ୍ର !

ବଢିଲାଣି କନ୍ଦଳ ବିଜେଡି ଛାଡିବେ ଦେବୀ ମିଶ୍ର !

ଚଳିତ ସାଧାରଣ ନିର୍ବାଚନରେ ବିଜେଡି କାହିଁକି ଶୋଚନୀୟ ଭାବେ ହାରିଲା । କାହିଁକି  24 ବର୍ଷର ସରକାରକୁ ମାଟି କାମୁଡି ତଳେ ପଡିଗଲା । ଏଭଳି ଅନେକ ପ୍ରଶ୍ନ ନେଇ ଏବେ ବିଜେଡି ଶିବିରରେ ଆଲୋଚନା ସମାଲୋଚନା ଚାଲୁଥିବାବେଳେ କରଛଡା ଦେଉଛନ୍ତି ଦଳୀୟ ନେତା । ଧୀରେ ଧୀରେ ଫାଟୁଛି ଶଙ୍ଖ ଶିବିର । ଦଳର ଯେଉଁ ବରିଷ୍ଠ ନେତାଙ୍କୁ ନିର୍ବାଚନ ସମୟରେ ପଚରାଯାଉନଥିଲା ସେହିମାନଙ୍କ ମନ୍ତବ୍ୟ ଲୋଡୁଥିବା ବିଜେଡି ସୁପ୍ରିମୋ ଏବେ ଅଡୁଆରେ ପଡିଗଲେଣି । ପରାଜୟ ପରେ ଦଳୀୟ କନ୍ଦଳ ବୃଦ୍ଧି ହେବାରେ ଲାଗିଛି । ଦଳର ବରିଷ୍ଠ ନେତା ନୃସିଂହ ସାହୁ ଯେଉଁ ଢୋଲ ଭିତରେ ମୂଷା ଉପାଖ୍ୟାନ କହିଥିଲେ ତାହାକୁ ନେଇ ଏବେ ଜୋର ଚର୍ଚ୍ଚା ଧରିଲାଣି । ଆହୁରି ମଧ୍ୟ ସେ କହିଛନ୍ତି ଯେ ବିଜେଡି ହିଁ ବିଜେଡିକୁ ହରାଇଛି । ନୃସିଂହଙ୍କ ପରେ ମୁହଁ ଖୋଲିଛନ୍ତି ବିଜେଡିର ବରିଷ୍ଠ ନେତା ଦେବୀ ମିଶ୍ର । ଦଳ ଭିତରେ ଆତ୍ମବଡିବା ରହିଲା ଯେଉଁଥିପାଇଁ ସେ ପରାଜୟ ଗ୍ରହଣ କରିବାକୁ ପଡିଲା । ଏକକାଳୀନ ସରକାରରେ ରହି ସମସ୍ତେ ମନମାନୀ ଶାସନ ଚଳାଇଥିଲେ ଆଉ ଯାହାର ଫଳାଫଳ 24 ସାଧାରଣ ନିର୍ବାଚନରେ ଜଣାପଡିଗଲା ବୋଲି କହିଛନ୍ତି ପୂର୍ବତନ ବିଧାୟକ ଦେବୀ ମିଶ୍ର । ତେବେ ବିଜେଡିରେ ଗୋଟିଏ ପରେ ଗୋଟିଏ ନେତାଙ୍କ ଏପରି ଦଳ ବିରୋଧି ବୟାନ ବିଜେଡିର କନ୍ଦଳକୁ ବଢାଇବାରେ ଲାଗିଛି । ବରିଷ୍ଠ ନେତାଙ୍କ ପଟ ପରିବର୍ତ୍ତନ ନେଇ ଏବେ ଚର୍ଚ୍ଚା ହେଲାଣି । ଲଗାତାର ଭାବେ ବିଧାୟକ ହୋଇଆସୁଥିବା ଦେବୀ ମିଶ୍ର ମଧ୍ୟ ନିଜର ପରାଜୟକୁ ସହଜରେ ଗ୍ରହଣ କରିପାରୁନାହାନ୍ତି । ଯେଉଁଥିପାଇଁ ଏଭଳି ମନ୍ତବ୍ୟ ଦେଉଛନ୍ତି ବୋଲି ବିଜେଡି ନେତମାନେ କହୁଛନ୍ତି । ଅନ୍ୟପଟେ ଦେବୀଙ୍କ ଏଭଳି ମନ୍ତବ୍ୟରୁ ସନ୍ଦେହ କରାଯାଉଛି କି ସେ ଖୁବଶୀଘ୍ର ବିଜେଡି ଛାଡି ଭାରତୀୟ ଜନତା ପାର୍ଟିରେ ଯୋଗଦେଇପାରନ୍ତି । ତେବେ ଏକଥାରେ କେତେ ସତ୍ୟତା ଅଛି ତାହାର ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *