ବଢିଲା ଚର୍ଚ୍ଚା ବିଜେପି ଫେରିଯିବେ ଲେଖାଶ୍ରୀ !

ବଢିଲା ଚର୍ଚ୍ଚା ବିଜେପି ଫେରିଯିବେ ଲେଖାଶ୍ରୀ !

ଫାଟୁଛି ଶଙ୍ଖ ଫୁଟୁଛି ପଦ୍ମ । ହଁ ଦର୍ଶକବନ୍ଧୁ ଧୀରେ ଧୀରେ ରସା ତଳକୁ ଗତି କରୁଛି ବିଜୁ ଜନତା ଦଳ । ଦଳରୁ ଡିଆଁ ମାରୁଛନ୍ତି ନେତାଙ୍କ ଠାରୁ ଯେ ସାଂସଦଙ୍କ ପର୍ଯ୍ୟନ୍ତ । ସେଇଥିପାଇଁ ପ୍ରତ୍ୟୋକ ଦିନ ବିଭିନ୍ନ ଜିଲ୍ଲାର କର୍ମୀ ମାନଙ୍କୁ ଦେଖା କରି ଆଲୋଚନା କରୁଛନ୍ତି । ଆଉ ଏହାରି ଭିତରେ ଆମଦାନୀ ନେତାଙ୍କ ପାଇଁ ଟେନସନରେ ପଡିଯାଇଛନ୍ତି ନବୀନ । ନିର୍ବାଚନ ସମୟରେ ବିଜେପିରୁ ଅନେକ ନେତା ବିଜେଡିକୁ ଯାଇଛନ୍ତି । କାଳେ ଆମଦାନୀ ନେତାଙ୍କ ମନ ବଦଳିଯିବ ସେ ନେଇ ନବୀନଙ୍କୁ ଭୟ ଘାରିଛି । ଯେହେତୁ ବିଜେପି କ୍ଷମତାରେ ରହିଛି ତେଣୁ ପଦ ପଦବୀ ଆଶାରେ ଅନେକ ନେତା ପଦ୍ମ ଧରିଛନ୍ତି । ଆଉ ଏପଟେ ବିଜେଡି ମଧ୍ୟ କ୍ଷମତାରେ ରହିଲା ନାହିଁ ସେଥିପାଇଁ ବିଜେପି ଛାଡି ଆସିଥିବା ନେତମାନେ ପୁଣିଥରେ ନିଜ ଘରକୁ ଫେରିନଯାଆନ୍ତି ସେଥିପ୍ରତି ଧ୍ୟାନ ଦେଉଛନ୍ତି ବିଜେଡି ସୁପ୍ରିମୋ । ଆମଦାନୀ ନେତାଙ୍କୁ ଭେଟିଥିଲେ ସୁପ୍ରିମୋ । କିନ୍ତୁ ସେମାନଙ୍କ ମଧ୍ୟରେ ଉପସ୍ଥିତ ନଥିଲେ ବିଜେଡିର କୁହାଳିଆ ନେତ୍ରୀ ତଥା ଆଗଧାଡିର ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ଶାସକ ଦଳ ବିରୁଦ୍ଧରେ ସ୍ୱର ଉଠାଉଥିବା ଲେଖାଶ୍ରୀ ଏବେ ଚୁପ । ନବୀନ ଭେଟିଥିବା ଆମଦାନୀ ନେତାଙ୍କ ମଧ୍ୟରେ ଉପସ୍ଥିତ ନଥିଲେ ଲେଖା ନାନୀ । ଲେଖାଶ୍ରୀ ନିର୍ବାଚନ ହାରିବା ପରେ ସେ ବିଜେପିକୁ ଫେରିଯିବା ନେଇ ଅନେକ ଚର୍ଚ୍ଚା ହେଉଥିଲା । କିନ୍ତୁ ବିଜେଡି ଶିବିରରେ ସୋସିଆଲ ମିଡିଆରେ ଆକ୍ଟିଭ ହେବା ପରେ ସେଥିରେ ପୂର୍ଣ୍ଣଚ୍ଛେଦ ପଡିଥିଲା । ହେଲେ ପୁଣି ତେଜିଛି ଲେଖାଶ୍ରୀଙ୍କ ବିଜେପି ଡିଆଁ ଚର୍ଚ୍ଚା । କାହିଁକିନା ଗତ କିଛି ଦିନ ହୋଇଯିବ ବିଜେଡିରେ ନଜର ଆସୁନାହାନ୍ତି ଲେଖା ନାନୀ । ଯେଉଁଥିପାଇଁ ଟେନସନରେ ନବୀନ । 24 ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟର ସଦମାରୁ ଏପର୍ଯ୍ୟନ୍ତ ବାହାରି ପାରିନାହାନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ ଲେଖା ଦିଦିଙ୍କୁ ନେଇ ରାଜ୍ୟ ରାଜନୀତିରେ ଏବେ ଯେଉଁ ଚର୍ଚ୍ଚା ଲାଗି ରହିଛି ସେ ପୁଣିଥରେ ବିଜେପିକୁ ଯିବେ ସେଥିରେ କେବେ ପୂର୍ଣ୍ଣଚ୍ଛେଦ ପଡୁଛି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *