ବଢିଲା ନବୀନଙ୍କ ଟେନସନ ବିଜେପି ମୁହାଁ ଅଶୋକ !

ବଢିଲା ନବୀନଙ୍କ ଟେନସନ ବିଜେପି ମୁହାଁ ଅଶୋକ !

ହଁ ଦର୍ଶକବନ୍ଧୁ ରାଜ୍ୟରେ ଘନଉଛି ବିଜେଡିର କଳି । ଦଳର ସଙ୍ଗଠନକୁ ମଜଭୁତ କରିବା ପାଇଁ ଅଣ୍ଟା ଭିଡିଥିବା ନବୀନଙ୍କୁ ଗୋଟିଏ ପରେ ଗୋଟିଏ ଟେନସନରେ ପକାଉଛନ୍ତି ଦଳୀୟ କର୍ମୀଙ୍କ ଠାରୁ ଯେ ନେତାଙ୍କ ପର୍ଯ୍ୟନ୍ତ । ରବିବାର ଦିନ ଶଙ୍ଖଭବନରେ ଆୟୋଜିତ ହୋଇଥିଲା ଏକ ବୈଠକ ଏବଂ ଏହି ବୈଠକରେ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସହିତ ଜଣେ ବିଜେପିର କର୍ମୀ ଶଙ୍ଖଭବନରେ ପ୍ରବେଶ କରିଯାଇଥିଲେ । ଯାହାକୁ ନେଇ ଶଙ୍ଖଭବନରେ ହୋଇଥିଲା ତୁମୁଳକାଣ୍ଡ । ଯାହା ଏବେ ଉଗ୍ର ରୂପ ନେବାରେ ଲାଗିଛି ।  ପୂର୍ବତନ ମନ୍ତ୍ରୀ ବିଜେପି ସହିତ ଲିଙ୍କରେ ରହିବା ଏବଂ ବିଜେପିର ଜଣେ କର୍ମଚାରୀଙ୍କୁ ଆଣି ବୈଠକରେ ବସାଇବାର ଅଭିଯୋଗ ହୋଇଛି । ଏହାକୁ ତୀବ୍ର ବିରୋଧ କରିଛନ୍ତି ବିଜେଡିର ବାହୁବଳୀ କର୍ପୋରେଟର ଲିଟୁ ମହାସୁପକାର ଓ ବିରଞ୍ଚିଜେନା । ଉଭୟ କର୍ପୋରେଟର ଅଶୋକ ପଣ୍ଡାଙ୍କ ନାଁ ନେଇ ଟାର୍ଗେଟ କରିଥିଲେ । ଯେଉଁ ବିଜେପି କର୍ମୀ ସେହି ବୈଠକରେ ଉପସ୍ଥିତ ରହିଥିଲେ ସେ ବିଜେପିର ସଦସ୍ୟ ଅଟନ୍ତି । ଏହାର ପ୍ରମାଣ ତାଙ୍କ ପାଖରେ ରହିଛି ଏବଂ ସେ ସେଥିପାଇଁ ତାଙ୍କୁ ବିରୋଧ କରିଥିଲେ । ଏଭଳି ବିରୋଧ କରିବାରୁ ତାଙ୍କୁ ଯିଏ ନେଇକି ଆସିଥିଲେ ମାନେ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା ତାଙ୍କ ଦେହରେ ନ ଯିବାର ସେ ବାୟାଁ ଓ ଲିଟୁଙ୍କୁ ବିରୋଧ କରିଥିବା କଥା ଗଣମାଧ୍ୟମ ସାମ୍ନାରେ କହିଛନ୍ତି । ତେବେ ଏସବୁ ବିଜେପିର ଚାଲ ହୋଇଥିବା କଥା ସେ କହିଛନ୍ତି ଏବଂ ଖୁବଶୀଘ୍ର ନବୀନ ନିବାସ ଯାଇ ସଭାପତି ନବୀନ ପଟ୍ଟନାୟକଙ୍କୁ ଅଭିଯୋଗ କରିବା ସହିତ ଅଶୋକଙ୍କ ମୁଖା ଖୋଲିବା ନେଇ ଚେତାବନୀ ଦେଇଥିଲେ । ତେବେ ବର୍ତ୍ତମାନ ଯେଉଁ ଚର୍ଚ୍ଚା ହେଉଛି କି ବିଜେପି ମୁହାଁ ଅଶୋକ ସେଥିରେ କିପରି ପୂର୍ଣ୍ଣଚ୍ଚେଦ ପକାଉଛନ୍ତି ପୂର୍ବତନ ମନ୍ତ୍ରୀ ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *